ଗୋଆ: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଶନିବାର ନର୍ଥଇଷ୍ଟ ୟୁନାଇଟେଡ୍ ନିକଟରୁ ଗୋଟିଏ ଗୋଲ୍ ବ୍ୟବଧାନରେ ହାରିଯାଇଛି ପଏଣ୍ଟ ଟେବୁଲ୍ ଶୀର୍ଷରେ ଥିବା ମୁମ୍ବାଇ ସିଟି ଏଫ୍ସି। ପ୍ରଥମାର୍ଧରେ ଦୁଇ ଗୋଲ୍ ଦେଇ ନର୍ଥଇଷ୍ଟ୍ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲା। ୮୫ତମ ମିନିଟ୍ରେ ମୁମ୍ବାଇ ଏକମାତ୍ର ଗୋଲ୍ ଦେଇ କେବଳ ସମ୍ମାନ ରଖିଥିଲା।
ନର୍ଥଇଷ୍ଟ ଶେଷକୁ ୨-୧ରେ ବିଜୟୀ ହୋଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ମୁମ୍ବାଇ ୧୪ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରିଥିଲେ ମଧ୍ୟ ୩୦ ପଏଣ୍ଟ ସହ ଶୀର୍ଷରେ ରହିଛି। ନର୍ଥଇଷ୍ଟ୍ ସମାନ ୧୪ ମ୍ୟାଚ୍ରୁ ପଞ୍ଚମ ବିଜୟ ସହ ୨୧ ପଏଣ୍ଟ୍ ପାଇ ଶୀର୍ଷ ୪ ଭିତରକୁ ଧସେଇ ପଶିଛି। ରବିବାର ଚେନ୍ନାୟିନ୍-ହାଇଦ୍ରାବାଦ (ଅପରାହ୍ନ ୫ଟା) ଏବଂ ଏଟିକେ ମୋହନ ବାଗାନ-କେରଳା ବ୍ଲାଷ୍ଟର୍ସ (ରାତି ୭.୩୦) ମୁକାବିଲା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/46f5s4h56sf4h56fs456h4sf56h4sf56hhfsfbbfb.jpg)