ମରଣ ସହ ଲଢ଼ୁଥିବା ଅସଲମ୍‌ଙ୍କୁ ସହାୟତାର ହାତ ବଢାଇଲା ମୁମ୍ବାଇ କ୍ରିକେଟ୍‌

Mumbai Cricket has extended a helping hand

ନୂଆଦିଲ୍ଲୀ: ପରୋପକାର ପାଇଁ ମୁମ୍ବାଇ କ୍ରିକେଟ ସମ୍ପ୍ରଦାୟ ସବୁବେଳେ ସ୍ବତନ୍ତ୍ର। ଏହାର ସଦ୍ୟତମ ଉଦାହରଣ ହେଉଛି କ୍ଲବ୍‌ସ୍ତରୀୟ ଖେଳାଳି ଅସଲମ ଶେଖଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା। ଅସଲମ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଏବ˚ ଗତ କିଛି ମାସ ଧରି ସେ ଶଯ୍ୟାଶାୟୀ ଅଛନ୍ତି। ସପ୍ତାହକ ମଧ୍ୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାକୁ ଲାଗିବାରୁ ଏହି ଲୋକପ୍ରିୟ କ୍ରିକେଟରଙ୍କ ଚିକିତ୍ସା ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ସମସ୍ତ କ୍ରିକେଟ ସମ୍ପ୍ରଦାୟ ଏକାଠି ହୋଇଛନ୍ତି। ଏହି କ୍ରିକେଟରଙ୍କ ପାଇଁ ସହଯୋଗର ହାତ ବଢାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁମ୍ବାଇ କ୍ରିକେଟ ସ˚ଘ (ଏମ୍‌ସିଏ) ର ସଭାପତି ବିଜୟ ପାଟିଲ, ପୂର୍ବତନ ଟେଷ୍ଟ ପ୍ରାରମ୍ଭିକ ଖେଳାଳି ଵାସିମ ଜାଫର, ଭାରତୀୟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ସାମିଲ ହୋଇଛନ୍ତି। କେବଳ ଏତିକି ନୁହେଁ କେତେକ ଟେନିସ ବଲ୍‌ କ୍ରିକେଟ କ୍ଲବ୍‌ ଓ ଖେଳାଳିମାନେ ଶେଖଙ୍କୁ ସହଯୋଗର ହାତ ବଢାଇଛନ୍ତି। କାରଣ ଶେଖ ଅନେକ ଟେନିସ ବଲ୍‌ ପ୍ରତିଯୋଗିତାରେ ଖେଳି ଲୋକପ୍ରିୟ ହୋଇଯାଇଥିଲେ।

ପୂର୍ବତନ ଏମ୍‌ସିଏ ଯୁଗ୍ମ ସମ୍ପାଦକ ପିଭି ସେଟ୍ଟୀ, ଅସଲମଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଅସଲମଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସେ ମାତ୍ର ଦୁଇଦିନ ତଳେ ଜାଣିବାକୁ ପାଇଥିଲା ବେଳେ ତାଙ୍କ ପାରୁପର୍ଯ୍ୟନ୍ତ ସେ ଚେଷ୍ଟା କରିବେ ବୋଲି କହିଛନ୍ତି। ଏପରିକି ଏମ୍‌ସିଏ ପକ୍ଷରୁ ଅସଲମଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ସ˚ଘ ପ୍ରସ୍ତୁତି ଆରମ୍ଭ କରିସାରିଛି। ଏମ୍‌ସିଏ ଆପେକ୍ସ କାଉନସିଲ ସଦସ୍ୟ ନଦିମ ମେମନ ମଧ୍ୟ ଅସଲମଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଉପରୋକ୍ତ ଦାନ ବ୍ୟତୀତ ଅନେକ ଆନ୍ତର୍ଜାତିକ ଖେଳାଳି ଅସଲମଙ୍କ ମନୋବଳ ବଢାଇବା ପାଇଁ ତାଙ୍କୁ ସନ୍ଦେସ ପଠାଇଛନ୍ତି। ପୂର୍ବତନ ଖେଳାଳି ଵାସିମ ଜାଫର ତାଙ୍କ ସନ୍ଦେସରେ ଲେଖିଛନ୍ତି ଯେ ‘ଏଭଳି କଠିନ ସମୟରେ ଅନେକ ବ୍ୟକ୍ତି ତୁମକୁ ସହାୟତା କରିବାକୁ ଆଗେଇ ଆସୁଛନ୍ତି। ଏହାହିଁ ଜଣେ କ୍ରିକେଟର ତାହା ଜୀବନରେ ପାଇବା ପାଇଁ ଆଶା ରଖିଥାଏ। ତେଣୁ ଆଶା ନହରାଇ ସ˚ଘର୍ଷ କରିଚାଲ। ଉଭୟ ଚମଡ଼ା ବଲ୍‌ ଓ ଟେନିସ ବଲ୍‌ରେ ତୁମେ ତୁମର ଏକ ପରିଚୟ ସୃଷ୍ଟି କରିପାରିଛ। ଲୋକମାନଙ୍କର ମଧ୍ୟ ତୁମ ପ୍ରତି ଯଥେଷ୍ଟ ସମ୍ମାନ ରହିଛି।’ ତାଙ୍କ ବ୍ୟତୀତ ବୀରେନ୍ଦ୍ର ସେହଵାଗ ମଧ୍ୟ କିପରି କଷ୍ଟକର ସମୟରେ ଆଶା ନହରାଇ ପୁଣି ଥରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସେ ବିଷୟରେ ତାଙ୍କ ସନ୍ଦେସରେ ଜଣାଇଛନ୍ତି। ସେହିପରି ପୂର୍ବତନ ଖେଳାଳି ବିନୋଦ କାମ୍ବଲି, େଵଷ୍ଟଇଣ୍ତିଜ ଅଲରାଉଣ୍ତର ଡ୍ବେନ ବ୍ରାଭୋ, ପୂର୍ବତନ ଦ୍ରୁତ ବୋଲର ଏସ୍‌ ଶ୍ରୀଶାନ୍ତ ମଧ୍ୟ ଅସଲମଙ୍କ ମନୋବଳ ବଢାଇବାକୁ ପ୍ରେରଣାଦାୟୀ ସନ୍ଦେସ ପଠାଇଛନ୍ତି।

ସମ୍ବନ୍ଧିତ ଖବର