ସୁନୀଲ ଗାଭାସ୍କର: ମୁମ୍ବାଇକୁ ୨୦୦ ରନ୍‌ ଟପିବାକୁ ପଡ଼ିବ

ପୁର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ କିଛି ଦିନ ବିଶ୍ରାମ ପରେ ଚଳିତ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ପରାଜୟକୁ ହୁଏତ ଭୂଲି ସାରିଥିବ। ଓ୍ଵାଙ୍ଖ୍‌ଡେରେ ପ୍ରମୁଖ ଦ୍ରୁତ ବୋଲର ଜସ୍‌ପ୍ରିତ୍‌ ବୁମ୍‌ରା ଦଳ ପାଇଁ ବୁମେରାଂ ସାଜିଥିଲା ବେଳେ ଡେ୍ଵନ୍‌ ବ୍ରାଭୋ ଏକାକି ଅବିଶ୍ୱସନୀୟ ପାଳି ଖେଳି ମ୍ୟାଚ୍‌ ଛଡ଼ାଇନେଲେ। ସେହି ମ୍ୟାଚ୍‌ରେ ବୁମ୍‌ରା ମୁଖ୍ୟତଃ ବ୍ରାଭୋଙ୍କ ଆକ୍ରୋସର ଶିକାର ହୋଇଥିଲେ। ତାଙ୍କର ଲାଇନ୍‌ ଲେନ୍ଥ୍‌ହୀନ ବୋଲିଂ ପାଇଁ ମୁମ୍ବାଇ ନିଶ୍ଚିତ ବିଜୟ ହାତଛଡ଼ା କଲା। ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ସମୟରେ ବୁମ୍‌ରା ନୋ ବଲ୍‌ ପକାଇ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ସୀମିତ ଓଭର କ୍ରିକେଟ୍‌ରେ ନୋ ବଲ୍‌ ପକାଇବା ମାନେ ପ୍ରତିପକ୍ଷକୁ ଅତିରିକ୍ତ ରନ୍‌ ସାଙ୍ଗକୁ ଫ୍ରି ହିଟ୍‌ ଫାଇନାଲ୍‌ ମିଳିଥାଏ। ଯାହାକି ମ୍ୟାଚ୍‌ର ଗତିପଥ ବଦଳାଇ ଦେଇଥାଏ। ଜଣେ ଦକ୍ଷ ସୀମିତ ଓଭର ବୋଲରରୁ ବୁମ୍‌ରା ଟେଷ୍ଟ ବୋଲର ହୋଇଥିଲେ ମଧ୍ୟ ଚଳିତ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ତାଙ୍କ ପାଇଁ ଅଶୁଭ ରହିଥିଲା। ତେବେ ସେ ଖୁବ୍‌ଶୀଘ୍ର ତ୍ରୁଟି ସୁଧାରିନେବେ ବୋଲି ଦଳ ଆଶା ରଖିଥିବ। ହେଲେ ବୋଲିଂ ପ୍ରଶିକ୍ଷକଙ୍କ ଦାୟିତ୍ୱ ମଧ୍ୟ ଏକ୍ଷେତ୍ରରେ ଅଧିକ ରହିବା କଥା। ସେ ହିଁ ବୋଲରଙ୍କ ତ୍ରୁଟି ସୁଧାରିବାକୁ ପଡ଼ିବ। ବୋଲରଙ୍କୁ ରନ୍‌ଅପ୍‌ ବେଳେ ସତର୍କ ରହିବାକୁ ପଡ଼ିବ। ଏହା କରିପାରିଲେ ଯେକୌଣସି ଦଳ ଫାଇଦାରେ ରହିବ। ତେବେ ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚ୍‌ ହାରିଥିବାରୁ ମୁମ୍ବାଇ ନିଶ୍ଚିତ ଶିକ୍ଷା କରିଥିବ। ଫଳରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ। ମୁମ୍ବାଇ ଦଳରେ ବ୍ୟାଟ୍‌ସମ୍ୟାନ୍‌ଙ୍କ ଅଭାବ ନାହିଁ। ହେଲେ ସମସ୍ତଙ୍କୁ ପୂରା ମ୍ୟାଚ୍‌ରେ ଲୟରେ ଖେଳିବାକୁ ପଡ଼ିବ। ମୋ ମତରେ ମ୍ୟାଚ୍‌ ଜିତିବାକୁ ହେଲେ ମୁମ୍ବାଇକ ଅତି କମ୍‌ରେ ୨୦୦ ରନ୍‌ ଟପିବାକୁ ପଡ଼ିବ। ଏହା କରିପାରିଲେ, ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ଏହାର ବୋଲରମାନେ ଚାପ ପକାଇପାରିବେ। ଏହାହିଁ ମୁମ୍ବାଇ ବିଜୟର ମୂଳମନ୍ତ୍ର ରହିବା ଉଚିତ। ଅନ୍ୟପକ୍ଷରେ ରାଜସ୍ଥାନ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବାରୁ ଗୁରୁବାର ମ୍ୟାଚ୍‌ରେ ମୁମ୍ବାଇକୁ ସତର୍କ ରହିବାକୁ ପଡ଼ିବ। ତଥାପି ମୁମ୍ବାଇ ଏପରି ଏକ ଦଳ ଯିଏ ପାରମ୍ପରିକ ଭାବେ ଖରାପ ଆରମ୍ଭ ସତ୍ତ୍ୱେ ଭଲ ସ୍ଥିତିରେ ଆଇପିଏଲ୍‌ ଶେଷ କରିବାର ସାମର୍ଥ୍ୟ ରଖିଥାଏ। ସେଥିପାଇଁ ଆଗକୁ ଅପେକ୍ଷା କରିବାକୁ ପଡ଼ିବ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର