ଦିଲ୍ଲୀ: ଚଳିତ ଆଇଏସ୍ଏଲ୍ (ଇଣ୍ଡିଆନ୍ ସୁପର୍ ଲିଗ୍) ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ ପୂର୍ବରୁ ମୁମ୍ବାଇ ସିଟି ଏଫ୍ସି ବିଦାୟ ନେଇଛି। ମଙ୍ଗଳବାର ମ୍ୟାଚ୍ରେ ମୁମ୍ବାଇକୁ ୫-୧ ଗୋଲ୍ରେ ଘରୋଇ ଦଳ ଦିଲ୍ଲୀ ଡାଇନାମୋସ ହରାଇ ବିଦାୟ ରାସ୍ତା ଦେଖାଇଥିଲା। ମୁମ୍ବାଇର ପରାଜୟ ପରେ ୧୭ ମ୍ୟାଚ୍ରୁ ୨୯ ପଏଣ୍ଟ୍ ପାଇଥିବା ଚେନ୍ନାଇନ୍ର ସେମିଫାଇନାଲ୍ ଖେଳିବା ଥୟ ହୋଇଯାଇଛି। ୧୭ ମ୍ୟାଚ୍ରୁ ୨୩ ପଏଣ୍ଟ୍ ପାଇଥିବା ମୁମ୍ବାଇର ସେମିଫାଇନାଲ୍ ଆଶା ତୁଟିି ଯାଇଛି। ମଙ୍ଗଳବାର ଦିଲ୍ଲୀ ଡାଇନୋମାସ ପକ୍ଷରୁ ନନ୍ଦକୁମାର ଶେଖର (୫ ମିନିଟ୍), ମାତିୟସ୍ ମିରାବାଜେ (୭୪ ମିନିଟ୍), ମାନୁଏଲ୍ ଏର୍ନା (୮୧ ମିନିଟ୍), କାଲୁ ଉଚେ (୮୫ ମିନିଟ୍) ଏବଂ ଲାଲିଆଞ୍ଜୁଏଲା ଚାଙ୍ଗ୍ତେ (୯୦ ମିନିଟ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥଲେ। ମୁମ୍ବାଇ ପକ୍ଷରୁ ଏକମାତ୍ର ଗୋଲ୍ଟି ଭର୍ତନ୍ ସାନ୍ତୋସ୍ ଦେଇଥିଲେ। ବାଙ୍ଗାଲୁରୁ, ପୁନେ ସିଟି ଏବଂ ଚେନ୍ନାଇନ୍ ସେମିଫାଇନାଲ୍ରେ ପହଞ୍ଚି ସାରିଥିଲା ବେଳେ ଏବେ ଚତୁର୍ଥ ତଥା ଶେଷ ସ୍ଥାନ ପାଇଁ ଜାମସେଦପୁର (୧୭ ମ୍ୟାଚ୍, ୨୬ ପଏଣ୍ଟ୍), କେରଳ ବ୍ଲାଷ୍ଟର୍ସ (୧୭ ମ୍ୟାଚ୍, ୨୫ ପଏଣ୍ଟ୍) ଏବଂ ଗୋଆ (୧୬ ମ୍ୟାଚ୍, ୨୪ ପଏଣ୍ଟ୍) ଦୌଡ଼ରେ ରହିଛନ୍ତି। ବୁଧବାର ଗୋଆ ଏଫ୍ସିକୁ ଏଟିକେ ଭେଟିବ।
ସେମିରେ ଚେନ୍ନାଇନ୍:ମୁମ୍ବାଇକୁ ବିଦା କଲା ଦିଲ୍ଲୀ
/sambad/media/post_attachments/wp-content/uploads/2018/02/ball-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)