ଆଇପିଏଲ୍‌-୧୩: ପଂଜାବ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଇଲେଭେନ ପଂଜାବ ମଧ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୩୬ତମ ମ୍ୟାଚ୍‌ ଖେଳାଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ସାରିଛି। ଏଥିରୁ ୬ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ୍‌ ହାରିଛି। ରୋହିତ ଶର୍ମାଙ୍କ ଟିମ୍‌ ଏଯାଏଁ ୧୨ ପଏଣ୍ଟ ହାସଲ କରିଛି। ପୂର୍ବରୁ ପଂଜାବ ବିପକ୍ଷରେ ମୁମ୍ବାଇ ଗତ ଅକ୍ଟୋବର ୧ ତାରିଖରେ ୪୮ ରନ୍‌ରେ ବିଜୟୀ ହୋଇଥିଲା।

ଆଇପିଏଲ୍‌-୧୩ରେ ମୁମ୍ବାଇର ଓଲଟା ପ୍ରଦର୍ଶନ କରିଛି ପଂଜାବ ଟିମ୍‌। ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳୁଥିବା ପଂଜାବ ୮ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟ ହାସଲ କରିଥିବା ବେଳେ ୬ଟି ପରାଜିତ ହୋଇଛି। ତେବେ ଟିମ୍‌କୁ ମାତ୍ର ୪ ପଏଣ୍ଟ ମିଳିଥିବାରୁ ଆଜିର ମ୍ୟାଚକୁ ହାତେଇ ଆଗକୁ ବଢ଼ିବା ପାଇଁ ସମସ୍ତ ପ୍ରକାର ରଣନୀତି କରିବ। ଏଥି ସହିତ ମୁମ୍ବାଇ ଠାରୁ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ।

ସମ୍ବନ୍ଧିତ ଖବର