ଆବୁଧାବି: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୪୫ତମ ମ୍ୟାଚ ପାଇଁ ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଚଳିତ ଆଇପିଏଲ୍‌ର ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷରେ ଅଛି। ମୁମ୍ବାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିବା ସହ ୧୪ ପଏଣ୍ଟ ହାସଲ କରିଛି। କିନ୍ତୁ ରାଜସ୍ଥାନର ପ୍ରଦର୍ଶନ ଓଲଟା। ଏହି ଟିମ୍‌ ୧୧ଟି ମ୍ୟାଚ୍‌ ଖେଳି ୪ଟିରେ ବିଜୟ ହାସଲ କରିଥିବା ବେଳେ ୮ ପଏଣ୍ଟ ପାଇପାରିଛି।