ମୁମ୍ବାଇ, ୧୧/୧: ଚଳିତ ଡବ୍‌ଲ୍ୟୁପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟଧାରାକୁ ଫେରିଛି। ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି।

Advertisment

ଅଧିକପଢ଼ନ୍ତୁ:ପରିଚୟପତ୍ର ଆଉ ମନର ଭୟ ପାଲଟିଛି ପାକିସ୍ତାନୀ ମହିଳାଙ୍କ ଚିକିତ୍ସାରେ ବାଧକ

ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ରନରେ ପରାସ୍ତ କଲା ମୁମ୍ବାଇ

ନାଟ୍‌ ଶିଭର ବ୍ରଣ୍ଟ୍‌ (୪୬ ବଲ୍‌ରୁ ୭୦ ରନ୍) ଏବଂ ହର୍ମନପ୍ରୀତ୍ କୌର୍ (୪୨ ବଲ୍‌ରୁ ୭୪* ରନ୍)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା। ନନ୍ଦାନି ଶର୍ମା ୨, ଶ୍ରୀଚରଣୀ ଓ ଚିନେଲ ହେନରି ୧-୧ ୱିକେଟ୍‌ ନେଇଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର୍‌ ଚିନେଲ୍‌ ‌ହେନରି ଲଢ଼ୁଆ ଅର୍ଦ୍ଧଶତକ (୩୩ ବଲ୍‌ରୁ ୫୬ ରନ୍) ହାସଲ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ନିକୋଲ୍ କ୍ୟାରି, ଆମେଲିଆ କେର୍‌ ୩-୩ ଏବଂ ନାଟ ଶିଭର୍ ବ୍ରଣ୍ଟ୍‌ ୨ ୱିକେଟ୍‌ ନେଇଥିଲେ। ହର୍ମନପ୍ରୀତ୍‌ କୌର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଅଧିକପଢ଼ନ୍ତୁ:ପରଲୋକରେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୩ ବିଜେତା