ଆଇପିଏଲରେ ରାଜସ୍ଥାନ ଓ ମୁମ୍ବାଇ ପାଇଁ କର ବା ମର ମ୍ୟାଚ, ଟସ ଜିତି ବୋଲିଂ ନେଲା ମୁମ୍ବାଇ

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ପ୍ଲେ ଅଫରେ ପହଞ୍ଚିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ୧୨ଟି ଲେଖାଏଁ ମ୍ୟାଚ ଖେଳି ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି । ଏହି ମ୍ୟାଚ ଓ କୋଲକାତା ସହ ଖେଳାଯିବାକୁ ଥିବା ମ୍ୟାଚ ଜିତିଲେ ରାଜସ୍ଥାନ ପ୍ଲେଅଫକୁ ଯାଇପାରିବ । କିନ୍ତୁ ଆଜି ମ୍ୟାଚ ହାରିଲେ ରାଜସ୍ଥାନ ପାଇଁ ପ୍ଲେ ଅଫକୁ ଯିବା କଷ୍ଟକର ହୋଇଯିବ ।

ଅନ୍ୟପକ୍ଷରେ ମୁମ୍ବାଇ ପାଇଁ ପ୍ଲେ ଅଫକୁ ଯିବା ଅପେକ୍ଷାକୃତ ଅଧିକ କଷ୍ଟକର ମନେହେଉଛି । ପ୍ଲେ ଅଫକୁ ଯିବା ପାଇଁ ମୁମ୍ବାଇକୁ ଆଜି ମ୍ୟାଚ ସହ ପରବର୍ତ୍ତୀ ମ୍ୟାଚକୁ ବି ଜିତିବାକୁ ପଡ଼ିବ । ଏହା ସହିତ ରାଜସ୍ଥାନ ଯଦି କୋଲକାତାକୁ ହରାଏ ତେବେ ହିଁ ମୁମ୍ବାଇ ପ୍ଲେ ଅଫକୁ ଯାଇପାରିବ ।

ସମ୍ବନ୍ଧିତ ଖବର