ଆଇପିଏଲ: ପଞ୍ଜାବକୁ ୬ ୱିକେଟରେ ପରାସ୍ତ କଲା ମୁମ୍ବାଇ

ଆବୁ ଧାବି : ଆବୁଧାବିର ଶେଖ ଜାୟେଜ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପଞ୍ଜାବ ପ୍ରଥମ ପାଳିରେ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍‌ କରିଥିଲା । ଜବାବରେ ମୁମ୍ବାଇ ୧୯ ଓଭରରେ ୪ ୱିକେଟ ହରାଇ ୧୩୭ ରନ୍‌ କରି ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ ସୌରଭ ତିୱାରୀ ସର୍ବାଧିକ ୪୫ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୪୦ ରନ୍‌ କରି ମୁମ୍ବାଇକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପଞ୍ଚମରେ ରହିଛି ।

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ପକ୍ଷରୁ କେଏଲ ରାହୁଲ ୨୧, ଆଇଡେମ ମାକରାମ ୪୨, ଦୀପକ ହୁଦା ୨୮ ରନ କରିଥିଲେ । ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୫ ରନ କରିଥିଲା ।

ଚଳିତ ଆଇପିଏଲରେ ମୁମ୍ବାଇ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏ  ପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ ୬ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଫଳରେ ଦଳ ପ୍ଲେ ଅଫକୁ ଯିବାର ସମ୍ଭାବନା କ୍ଷୀଣ ହୋଇଯାଇଛି । ଅନ୍ୟପକ୍ଷରେ ପଂଜାବ ଏ ପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ ୬ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର