ରାଜସ୍ଥାନ ବିପକ୍ଷରେ ମୁମ୍ବାଇର ସହଜ ବିଜୟ, ୮ ୱିକେଟରେ ଜିତିଲା ରୋହିତ ଶର୍ମାଙ୍କ ଟିମ୍‌

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ୨୦୨୧ର ୫୧ତମ ମ୍ୟାଚରେ ରାଜସ୍ଥାନକୁ ୮ ୱିକଟେରେ ପରାସ୍ତ କରିଛି ମୁମ୍ବାଇ । ପ୍ରଥମ ପାଳିରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୯୦ ରନ କରିଥିଲା । ଜବାବରେ ମୁମ୍ବାଇ ୮.୨ ଓଭରରେ ୨ ୱିକେଟ ହରାଇ ୯୪ ରନ୍‌ କରି ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଛି । ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୧୩ ବଲରେ ୨୨ ରନ୍‌  କରିଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ୍‌ ଇଶାନ୍ କିଶନ ଅପରାଜିତ ସର୍ବାଧିକ ୨୫ ବଲରେ ୫୦ ରନ୍‌ କରି ମୁମ୍ବାଇକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୨ ଅଙ୍କ ସଂଗ୍ରହ କରି ମଧ୍ୟ ନିଜକୁ ପ୍ଳେ ଅଫ ଦୌଡରେ ସାମିଲ କରିଛି ।

ଟସ ଜିତି ମୁମ୍ବାଇ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୯୦ ରନ ହିଁ କରିପାରିଥିଲା । ଦଳର ଦୁଇ ଓପନର ଏଭିନ ଲୁଇସ ଓ ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ଦଳ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବଡ଼ ସ୍କୋର କରିପାରିନଥିଲା । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୯୧ରନର ବିଜୟ ଲକ୍ଷ୍ୟ ରଖିଥିଲା ରାଜସ୍ଥାନ ରୟାଲ୍ସ ।

ସମ୍ବନ୍ଧିତ ଖବର