ଭୁବନେଶ୍ୱର: ରବିବାର ଶେଷ ହୋଇଥିବା ତୃତୀୟ ମୁମ୍ବାଇ ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଶା ପିଲାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ୨୦ ଦେଶରୁ ଭାଗ ନେଇଥିବା ୧୮ ଜଣ ଗ୍ରାଣ୍ଡମାଷ୍ଟର, ୨୦ ଜଣ ଅନ୍ତର୍ଜାତୀୟ ମାଷ୍ଟର୍ଙ୍କ ନେଇ ଆୟୋଜିତ ଏହି ୮ ଦିନିଆ ପ୍ରତିଯୋଗିତାରେ କିନ୍ତୁ ୯ ବର୍ଷରୁ କମ୍ ବାଳିକା ବର୍ଗରେ ୟାଶିତା ରାଉତ ବିଜୟିନୀ ହେବା ରାଜ୍ୟ ଚେସ୍ ପାଇଁ ନୂଆବର୍ଷର ପ୍ରଥମ ସଫଳତା ହୋଇଛି। ଏଥି ସହିତ ୟାଶିତା ମଧ୍ୟ ନିଜ ଏଲୋ ରେଟିଂରେ ୬୯ ପଏଣ୍ଟ ଯୋଡ଼ିବାରେ ସକ୍ଷମ ହୋଇଛନ୍ତି। ୟାଶିତାଙ୍କ ସହିତ ମହିତୋଷ ଦେ ମଧ୍ୟ ୧୩ ବର୍ଷରୁ କମ୍ କନିଷ୍ଠ ବର୍ଗରେ ଖେଳିଥିଲେ। ମହିତୋଷ ୧୯ତମ ସ୍ଥାନରେ ରହିବା ସହ ୭୨ ପଏଣ୍ଟ୍ ବଢ଼ାଇଛନ୍ତି। ଓପନ୍ ବର୍ଗରେ ଖେଳିଥିବା ଓଡ଼ିଶାର ନୂଆ ଆଇଏମ୍ ସିଦ୍ଧାନ୍ତ ମହାପାତ୍ର ୨୩ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଆଇଏମ୍ ସ୍ୱୟମ୍ସ ମିଶ୍ର ୭୮ତମ ଏବଂ ଡବ୍ଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି ୧୦୭ତମ ସ୍ଥାନରେ ରହିଥିଲେ।
ମୁମ୍ବାଇ ଅନ୍ତର୍ଜାତୀୟ ଚେସ୍: ୟାଶିତା ବାଳିକା ବିଜୟିନୀ
/sambad/media/post_attachments/wp-content/uploads/2018/01/sss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)