ବନ୍ତ (ଭଦ୍ରକ): ୨୫ତମ ପ୍ରଦୀପ ସ୍ମାରକୀ ଟେ୍ଵଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ଗୁରୁବାର ଦୁଇଟି ମ୍ୟାଚ୍ରେ ଟାଟା ପାଓ୍ଵାର ମୁମ୍ବାଇ ଓ ମାଲେସିଆ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଟାଟାପାୱାର ୪୦ ରନ୍ରେ ଛତିଶଗଡ ରେଳବାଇକୁ ଏବଂ ଦ୍ୱିତୀୟ ମ୍ୟାଚ୍ରେ ମାଲେସିଆ ୮୩ ରନ୍ରେ ଚିଟାଗଙ୍ଗ ବାଙ୍ଗଲାଦେଶକୁ ପରାସ୍ତ କରିଥିଲା।
ପ୍ରଥମ ମ୍ୟାଚ୍ରେ ଟାଟାପାୱାର ୯ ୱିକେଟ ବିନିମୟରେ ୧୪୯ ରନ୍ କରିଥିଲା। ସଚିନ୍ ଯାଦବ ୪୦ ଓ ଆଦିତ୍ୟ ଧୂମାଲ ୨୯ ରନ୍ କରିଥିଲା ବେଳେ ଛତିଶଗଡ ପକ୍ଷରୁ ବିକ୍ରମ କୁମାର ୩, ସମୀର ସିଂ ଓ ବିପିନ୍ ୨ ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ଛତିଶଗଡ ଦଳ ସମସ୍ତ ୱିକେଟ୍ ହରାଇ ୧୦୯ ରନ୍ କରିପାରିଥିଲା। ସାଗର କୁମାର ୩୯ ରନ୍ କରିଥିଲା ବେଳେ ଟାଟାପାୱାର ପକ୍ଷରୁ ଅଙ୍କୁର ସିଂ ଓ ଆଦିତ୍ୟ ଧୂମାଲ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଦ୍ୱିତୀୟ ମ୍ୟାଚ୍ରେ ମାଲେସିଆ ୧୮୮ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ଅଜିଜ୍ ତାରିକ୍ ୪୫ ଓ ଭୂଷଣ ସାରେ ୩୭ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ସାକିବ୍ ଓ ତହକିବ୍ ୩ ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ବାଂଲାଦେଶ ଦଳ ୯ ୱିକେଟ ହରାଇ ୧୦୫ ରନ୍ କରିଥିଲା। ସାକିବ୍ ୫୭ ରନ୍ କରିଥିଲା । ମାଲେସିଆ ପକ୍ଷରୁ ଭୁପୀନ୍ଦର ସିଂ ଓ ସତୀଶ ଗୋସାଲି ୨ ୱିକେଟ୍ ଲେଖାଏଁ ନେଇଥିଲେ। ମୁମ୍ବାଇ ଦଳର ଆଦିତ୍ୟ ଧୂମାଲ ଓ ମାଲେସିଆ ଦଳର ତାରିଖ ଅଜିଜ୍ ନିଜ ନିଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।