ଚଳିତ ବର୍ଷ ଆଇପିଏଲ୍ ଆରମ୍ଭ ହେବା ବେଳେ ମୁଁ ଡରିଯାଇଥିଲି। ମେସିଙ୍କ ବିନା ବାର୍ସିଲୋନା ଖେଳିବା ଭଳି ଓ୍ଵାର୍ନରଙ୍କ ବିନା ହାଇଦ୍ରାବାଦ ଖେଳିଲେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ମୁଁ ଅତିରଂଜିତ କହିନଥିଲି। କାରଣ ଓ୍ଵାର୍ନର କେବଳ ତାଙ୍କର ଅଗ୍ରଣୀ ରନ୍ ସ୍କୋରର୍ ନଥିଲେ, ଭଲ ଅଧନାୟକ ଥିଲେ। କିନ୍ତୁ କେନ୍ ଓ୍ଵିଲିୟମ୍ସନ୍ଙ୍କୁ ନେତୃତ୍ୱ ଦେଇ ସେମାନେ ଭଲ ବିକଳ୍ପ ବାଛିଲେ। ଦଳରେ ତାଙ୍କର ନିୟନ୍ତ୍ରଣ ନ ଥିଲେ ମଧ୍ୟ ଗଡ଼ବଡ଼ ବେଳେ ଭଲ ବ୍ୟକ୍ତିଙ୍କ ମୁଣ୍ଡରେ ଏହି ଗୁରୁ ଦାୟିତ୍ୱ ପଡ଼ିଥାଏ। ଶିଖର ଧାଓ୍ଵନ ଏବେ ଚମତ୍କାର ଖେଳୁଛନ୍ତି। ହାଇଦ୍ରାବାଦର ପ୍ରତିଷ୍ଠିତ ଖେଳାଳି ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ସନ୍ଦୀପ ଶର୍ମା ମଧ୍ୟ ଭଲ କରୁଛନ୍ତି। ଏହା ପ୍ରମାଣ କରୁଛି ସେମାନେ ନିଲାମ ବେଲେ କିଭଳି ଠିକଣା ଖେଳାଳି ପାଇଁ ଠିକଣା ବିକଳ୍ପ ବାଛିଥିଲେ। ଏପରିକି ସିଦ୍ଧାର୍ଥ କଉଲ୍ ଉପଲବ୍ଧ ନ ହେଲେ ସେମାନେ ନିଶ୍ଚିତ ଖଲିଲ୍ ଅହମ୍ମଦ କିମ୍ବା ବସିଲ ଥମ୍ପିଙ୍କ ଉପରେ ନଜର ପକାଇବେ। ଏହା ଏକ ଲମ୍ବା ପ୍ରତିଯୋଗିତା ହୋଇଥିଲେ ମଧ୍ୟ ରସିଦ୍ ଖାନ୍ ବୋଲିଂରେ ନେତୃତ୍ୱ ଭୂମିକା ନେବା ଏବଂ ଦୀପକ ହୁଦା ଏକ ପରିପକ୍ୱ ବିଜୟୀ ପାଳି ଖେଳିବା ଭଲ କଥା। ସେମାନେ ଅଭିଜ୍ଞତାରେ କମ୍ ଥିଲେ ମଧ୍ୟ କୌଶଳରେ ଚତୁର।
ମୁମ୍ବାଇ ଦୃଢ଼ ଭାବେ ଫେରିବ ବୋଲି ମୋର ସାମାନ୍ୟ ଦ୍ୱନ୍ଦ୍ୱ ନାହିଁ, କିନ୍ତୁ ରୋହିତ ଶର୍ମା ଭାରତ ପାଇଁ ଖେଳିବା ଭଳି ଏକ ମ୍ୟାଚ୍ ବିଜୟୀ ପାଳିର ଆବଶ୍ୟକତା କରୁଛି ତାଙ୍କ ଦଳ। ସାଧାରଣତଃ ରୋହିତ ଧଳା ବଲ୍ର ଜଣେ ବଡ଼ ସ୍କୋର୍ ଖେଳାଳି। ରୋହିତଙ୍କ ଭଳି ଏଭିନ୍ ଲୁଇସ୍ ଏବଂ ଇଶାନ କିଷନ ଆକ୍ରମଣ କରିବା ଉଚିତ୍। ହାର୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବା ଆଶା କରିବା। ଏପରିକି ବ୍ୟାଟିଂ ଅପେକ୍ଷା ବୋଲିଂ ପାଇଁ ତାଙ୍କ ଆବଶ୍ୟକତା ରହିଛି। ମୁମ୍ବାଇ ମନ୍ଥର ଆରମ୍ଭ କରିଥାଇ ପାରେ କିନ୍ତୁ ଏହା ଦଳ ପାଇଁ କିଛି ଚିନ୍ତାର କାରଣ ନୁହେଁ। (ଟିସିଏମ୍)