ଇଶାନ କିଷାନ ମାରିଲେ ୨୧ ବଲରେ ୬୨, କୋଲକତା ଆଗରେ ୨୧୧ ରନର ବିଶାଳ ଲକ୍ଷ୍ୟ

କୋଲକତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୧ତମ ଲିଗ୍‌ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକତା ନାଇଟ ରାଇଡର୍ସ ଆଗରେ ୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । ମୁମ୍ବାଇ ପକ୍ଷରୁ ଓ୍ଵିକେଟ କିପର ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି । ସେ ମାତ୍ର ୨୧ ବଲରେ ୬ ଛକା ଓ ୫ ଚୌକା ସହ ୬୨ ରନ କରି ସୁନୀଲ ନାରିନଙ୍କ ବଲରେ ଆଉଟ ହୋଇଛନ୍ତି । ଅନ୍ୟପକ୍ଷରେ ଓପନର ସୂର୍ଯ୍ୟକୁମାର ଯାଦବ ୩୨ ବଲରେ ୩୬ ରନ କରି ପିୟୁଷ ଚାଓ୍ଵାଲାଙ୍କ ବଲରେ ରିଙ୍କୁ ସିଂଙ୍କ ହାତରେ ଧରା ପଡିଥିଲେ । ତେବେ ଇନିଙ୍ଗସ ଶେଷ ବେଳକୁ ବେନ କଟିଂ ମାତ୍ର ୯ଟି ବଲରେ ୨୪ ରନ ସଂଗ୍ରହ କରିବା ପରେ ମୁମ୍ବାଇ ବିଶାଳ ୨୧୦ ସ୍କୋର କରିବାକୁ ସକ୍ଷମ ହୋଇଥିଲା ।

ଏହି ମ୍ୟାଚଟି ଉଭୟ କୋଲକତା ଓ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱ ପୂର୍ଣ୍ଣ । କୋଲକତା ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୫ଟି ପରାଜୟ ସହ ମୋଟ ୧୦ ପଏଣ୍ଟ ପାଇଥିବାବେଳେ ମୁମ୍ବାଇ ଟିକିଏ ପଛରେ ପଡିଛି । ମୁମ୍ବାଇ ସମାନ ସଂଖ୍ୟକ ମ୍ୟାଚ ଖେଳି ୪ ବିଜୟ ଓ ୬ ପରାଜୟ ସହ ମୋଟ ୮ ପଏଣ୍ଟ ପାଇଛି । ଏହି ମ୍ୟାଚ ଜିତି କୋଲକତା ନିଜର ସ୍ଥିତିକୁ ଆହୁରି ଦୃଢ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମୁମ୍ବାଇ ମଧ୍ୟ ଏହାକୁ ଜିତି ସେମିଫାଇନାଲ ଖେଳିବା ଦୌଡରେ ନିଜକୁ ରଖିପାରିବ ।

ସମ୍ବନ୍ଧିତ ଖବର