ବାଙ୍ଗାଲୋର ଆଗରେ ୧୬୦ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ, ହର୍ଷଲ ପଟେଲଙ୍କୁ ୫ ଓ୍ବିକେଟ୍

ଚେନ୍ନାଇ : ଆଇପିଏଲ ୨୦୨୧ର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୦  ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ମଧ୍ୟମ ଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଦଳ ଆଶାନୁରୂପ ଭାବେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା । ଦଳ ପକ୍ଷରୁ କ୍ରିସ ଲିନ ୪୯ ରନ, ସୂର୍ଯ୍ୟକୁମାର ଯାଦବ ୩୧ ରନ  ଓ ଇଶାନ କିଷନ ୨୮ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୯ ରନ କରିପାରିଥିଲା । ବାଙ୍ଗାଲୋର ଦଳ ପକ୍ଷରୁ ହର୍ଷଲ ପଟେଲ ଚମତ୍କାର ବୋଲିଂ ପ୍ରଦର୍ଶନ କରି ମାତ୍ର ୨୭ ରନ ଦେଇ ୫ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର