ମୁମ୍ବାଇ ଟି-୨୦: ଭାରତକୁ ୧୩୬ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା

ଜୟଦେବ ଉନାଦକଟ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨-୨ ଓ୍ଵିକେଟ

ମୁମ୍ବାଇ: ଭାରତୀୟ ବୋଲରମାନେ ୧୩୫ ରନ୍‌ରେ ଶ୍ରୀଲଙ୍କାକୁ ଅଟକାଇ ଦେଇଛନ୍ତି। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ରବିବାର ୩ଟି ମ୍ୟାଚର ଶୃଙ୍ଖଳାର ଅନ୍ତିମ ଟି-୨୦ ମୁକାବିଲାରେ ଭାରତର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ ୧୩୫ ରନ୍‌ କରିବା ଫଳରେ ଭାରତକୁ ୧୩୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଆସେଲା ଗୁଣାରତ୍ନେ(୩୬) ଏକମାତ୍ର ଖେଳାଳି ଯିଏ କି ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରିଥିଲେ। ସେ ୧୭.୩ଓଭରରେ ଦଳର ସ୍କୋର ୧୧୧ରନ୍‌ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ କୁଳଦୀପ ଯାଦବଙ୍କୁ ଦେଇଥିଲେ। ଦାନୁଷ୍କା ଶଙ୍କରା(ଅପରାଜିତ ୨୯) ଓ ଅକିଳ ଧନଞ୍ଜୟ (ଅପରାଜିତ ୧୧) ଫେରିଥିଲେ।

୧୩ ଓଭର ଶେଷ ବେଳକୁ ଥିସାରା ପେରେରା (୧୧) ମହମ୍ମଦ ସିରାଜଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଥିଲେ। ୬ଷ୍ଠ ଓ୍ଵିକେଟରେ ଶ୍ରୀଲଙ୍କାର ସ୍କୋର ୮୫ ଥିଲା। ଭାରତର ୫ମ ଶିକାର ହୋଇଥିଲେ ଦାନୁଷ୍କା ଗୁଣଥିଲକା(୩)। ସ୍କୋର ୭୨ ରନ୍‌(୧୧.୪ଓଭର) ଥିବା ବେଳେ କୁଳଦୀପ ଯାଦବଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇ ଦାନୁଷ୍କା ପାଭଲିୟନ ଫେରି ଥିଲେ। ସେହିପରି ଦଳୀୟ ସ୍କୋର ୫୬ ରନ୍‌ (୮.୩ଓଭର) ଥିବା ବେଳେ ଶ୍ରୀଲଙ୍କାର ୪ର୍ଥ ଓ୍ଵିକେଟରେ ସଦୀରା ସମରବିକ୍ରମା(୨୧) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ।

ମାତ୍ର ୧୮ରନ୍‌ରେ ଶ୍ରୀଲଙ୍କା ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ଥିଲା। ୧.୫ଓଭରରେ ଭାରତର ପ୍ରଥମ ଶିକାର ହୋଇଥିଲେ ନିରୋସାନ ଡିକେଓ୍ଵଲା(୧)। ସେ ୬ଟି ବଲ ଖେଳି ଜୟଦେବ ଉନାଦକଟଙ୍କ ବଲ ମହମ୍ମଦ ସିରାଜଙ୍କୁ କ୍ୟାଚ ଦେଇଥିଲେ। ୩ଓଭର ଶେଷ ବେଳକୁ କୁଶାଲ ପେରେରା(୧୧) ଆଉଟ ହୋଇ ପାଭଲିୟନ ଫେରିଥିବା ବେଳେ ୩.୩ଓଭରରେ ଉପୁଲ ଥରଙ୍ଗା(୪) ଭାରତର ୩ୟ ଶିକାର ହୋଇଥିଲେ। ଥରଙ୍ଗା ୧୧ଟି ବଲ ସମ୍ମୁଖୀନ ହୋଇ ଜୟଦେବଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ସେହିପରି ଓ୍ଵାସିଙ୍ଗଟନ ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ କୁଶାଲ ପେରେରା।

ସମ୍ବନ୍ଧିତ ଖବର