ଭୁବନେଶ୍ୱର କିଟ୍ କ୍ରିକେଟ୍ ପଡ଼ିଆରେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିପକ୍ଷ ରଣଜୀ ମୁକାବିଲା ଲାଗି ସୋମବାର ମୁମ୍ବାଇ ଖେଳାଳିମାନେ ପହଞ୍ଚିଛନ୍ତି। ଅଧିନାୟକ ଆଦିତ୍ୟ ତାରେଙ୍କ ସହ ୪୧ଥର ରଣଜୀ ଟାଇଟଲ ଜିତିଥିବା ମୁମ୍ବାଇ ଦଳର ଅଧିକାଂଶ ଖେଳାଳି ଏବଂ ଅଧିକାରୀ ଆଜି ଅପରାହ୍ନ ୩.୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରୁ ସିଧା ସଳଖ ସେମାନଙ୍କୁ କିଟ୍ ଅତିଥି ଭବନକୁ ନିଆ ଯାଇଥିଲା। ସେଠାରେ ପାରମ୍ପରିକ ରୀତି ନୀତିରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆ ଯାଇଥିଲା। ତେବେ ଏହି ଦଳରେ ସାମିଲ ଥିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ସଦସ୍ୟ ଅଜିଙ୍କ୍ୟ ରାହାଣେ ଏବଂ ସାର୍ଦୁଲ ଠାକୁର ମଙ୍ଗଳବାର ପହଞ୍ଚିବାର ଅଛି। ଏହା ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ସକାଳେ ଦଳର ଅନ୍ୟ ଖେଳାଳିମାନେ ଆନୁଷ୍ଠାନିକ ଭାବେ ଅଭ୍ୟାସ ଆରମ୍ଭ କରିବେ।
ପହଞ୍ଚିଲା ମୁମ୍ବାଇ ଦଳ
/sambad/media/post_attachments/wp-content/uploads/2017/10/mumbay-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)