ଆଇପିଏଲ୍‌: ହାଇଦ୍ରାବାଦ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ କରିବ ବ୍ୟାଟିଂ, ଦିଲ୍ଲୀ ବିପକ୍ଷରେ ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି

ଆବୁଧାବି/ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣରେ ଆଜି ୨ଟି ମ୍ୟାଚ୍‌ ଖେଳାଯାଉଛି। ଚଳିତ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମୁକାବିଲା ହେଉଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେହିଭଳି ଆଜିର ୨ୟ ତଥା ୫୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସକୁ ଦିଲ୍ଲୀ କ୍ୟାପିଟାଲ୍‌ସ ଭେଟିଛି। ବିରାଟ କୋହଲିଙ୍କ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଏହି ମ୍ୟାଚ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ମୁମ୍ବାଇ ଯଦି ଏହି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହୁଏ ତେବେ ପ୍ଲେ ଅଫ ଖେଳିବାର ସମ୍ଭାବନା ରହିଛି । ହେଲେ ଯଦି ମ୍ୟାଚରେ ହାରି ଯାଏ କିମ୍ବା ସଂଘର୍ଷ କରି ଜିତେ ତେବେ ମୁମ୍ବାଇର ପ୍ଲେ ଅଫ ଆଶା ମଉଳି ଯିବ ।

କୋଲକାତା ଏବେ ପ୍ଲେଅଫରେ ପ୍ରବେଶ କରି ସାରିଛି । କୋଲକାତାର ରନ ରେଟ ପ୍ଲସରେ ଥିବାରୁ କୋଲକାତାର ପ୍ଲେ ଅଫ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ମୁମ୍ବାଇ ଏହି ମ୍ୟାଚରେ ସଂଘର୍ଷ କରି ଜିତିଲେ କୋଲକାତା ସହ ପଏଣ୍ଟରେ ସମାନ ହେବ, ହେଲେ ରନ ରେଟରେ ପଛରେ ପଡିଯିବ । ତେଣୁ ପ୍ଲେ ଅଫ ଖେଳିବା ପାଇଁ ଆଜିର ମ୍ୟାଚରେ ମମ୍ବାଇକୁ କମାଲ କରିବାକୁ ହେବ ।

ସମ୍ବନ୍ଧିତ ଖବର