ରୋମାଞ୍ଚକର ମ୍ୟାଚରେ ୩ ରନରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କିଙ୍ଗସ ଏକାଦଶ ପଞ୍ଜାବକୁ ୩ ରନରେ ପରାସ୍ତ କରିଛି । ମୁମ୍ବାଇ ଇଣ୍ଡିଆନ୍ସର ୧୮୭ରନ ଲକ୍ଷ୍ୟର ଜବାବରେ ପଂଜାବ ୫ ୱିକେଟ ହରାଇ ୨୮୩ ରନ କରିବାକୁ ସକ୍ଷମ ହୋଇଥିଲା । ପଂଜାବ ପକ୍ଷରୁ କେଏଲ ରାହୁଲ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ୬୦ ବଲରେ ୯୪ ରନ କରିଥିଲେ । ଆରନ ଫିଂଚ୍‌ ୩୫ ବଲରେ ୪୬ ରନ କରିଥିଲେ ।
ପଞ୍ଜାବ ପ୍ରଥମେ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଦଳ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କୁନାଲ ପାଣ୍ଡ୍ୟା ଓ କିରେନ ପୋଲାର୍ଡଙ୍କ ଲଢୁଆ ବ୍ୟାଟିଂ ଫଳରେ ନିଜର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ପୋଲାର୍ଡ ୨୩ ବଲରେ ୫ ଚୌକା ଓ ୩ ଛକା ସହ ୫୦ ରନ କରିଥିବାବେଳେ ପାଣ୍ଡ୍ୟା ୨୩ ବଲରେ ୩୨ ରନ କରିଥିଲେ । ପଂଜାବ ପକ୍ଷରୁ ଆଣ୍ଡ୍ର୍ୟì ଟାଇ ମାତ୍ର ୮ ରନ ଦେଇ ୩ଟି ୱିକେଟ ନେଇଥିଲେ । ଏହି ମ୍ୟାଚକୁ ମିଶାଇଲେ ମୁମ୍ବାଇ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳି ୬ ବିଜୟ ଓ ୭ ପରାଜୟ ସହ ୧୨ ପଏଣ୍ଟ ପାଇଥିବାବେଳେ ପଂଜାବ ୧୩ଟି ମ୍ୟାଚ ଖେଳି ୬ ବିଜୟ ଓ ୭ ପରାଜୟ ସହ ୧୨ ପଏଣ୍ଟ ପାଇଛି ।
ସମ୍ବନ୍ଧିତ ଖବର