ଆଇପିଏଲ୍‌-୧୩: କୋଲକାତା ନାଇଟ ରାଇଡର୍ସକୁ ୪୯ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍

ଆବୁଧାବି: ଚଳିତ ଆଇପିଏଲ୍‌ର ୫ମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୪୯ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍‌ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା ନାଇଟ୍ ରାଇଡର୍ସ। ଫଳରେ ପ୍ରଥମେ ବ୍ୟାଟିଂ କରି ୧୯୬ ରନର ଲକ୍ଷ୍ୟ ଦେଇଥିଲା ମୁମ୍ବାଇ। ଦ୍ବିତୀୟ ପାଳିରେ କୋଲକାତା ୧୯୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ୍‌ କରି ଚଳିତ ଆଇପିଏଲ୍‌.ରେ ତାର ପ୍ରଥମ ମ୍ୟାଚ ହାରିଯାଇଛି।

କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଦୀନେଶ କାର୍ତ୍ତିକ ୨୩ ବଲରେ ୩୦ ରନ୍‌, ନୀତିଶ ରାଣା ୧୮ ବଲରେ ୨୪ ରନ୍‌ କରିଥିବା ବେଳେ ପ୍ୟାଟ୍ କମିନ୍ସ ମାତ୍ର ୧୨ ବଲ ଖେଳି ୩୩ ରନ୍‌ କରିଥିଲେ । ଅନ୍ୟପଟେ .କୋଲକାତା ଫ୍ୟାନମାନେ ଆଣ୍ଡ୍ରେ ରସେଲଙ୍କଠାରୁ ବି‌ସ୍ପୋରକ ବ୍ୟାଟିଂ ଆଶା ରଖିଥିଲେ କିନ୍ତୁ ସେ ୧୧ ବଲ୍‌ ଖେଳି ମାତ୍ର ୧୧ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନସ୍‌ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ , ଜଶପ୍ରୀତ ବୁମରା ଓ ଜେମ୍ସ ପାଟିନସନ (୨-୨) ୱିକେଟ ନେଇଥିବା ବେଳେ କିରନ୍ ପୋଲାର୍ଡ ୧ ୱକେଟ ଓ ରାହୁଲ ଚହର ମଧ୍ୟ ୨ଟି ୱିକେଟ ନେଇଥିଲେ । ଏହି ବିଜୟ ସହ ଚଳିତ ସିଜିନ୍‌ରେ ମୁମ୍ବ‌ାଇ ତାର ପ୍ରଥମ ବିଜୟ ହାସଲ କରିଛି ।

ପୂର୍ବରୁ ମୁମ୍ବାଇ ଇଣ୍ଡିଆନସ୍‌ ରୋହିତ ଶର୍ମାଙ୍କ ଦମଦାର ୮୦ ରନ ବଳରେ ୧୯୫ର ବିଶାଳ ସ୍କୋର କରିଥିଲା । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ୪୭ ରନ୍‌ କରିଥିବା ବେଳେ ସୌରଭ ତିୱାରୀ ୧୩ ବଲ ଖେଳି ୩୧ରନ୍‌ କରିଥି‌‌ଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭର ଖେଳି ମୁମ୍ବାଇ ୫ ୱିକେଟ ହାରଇ ୧୯୫ ରନ୍‌ କରିବାରେ ସଫଳ ହୋଇଥିଲା ।

ସମ୍ବନ୍ଧିତ ଖବର