ଆଇପିଏଲ : ମୁମ୍ବାଇର ପ୍ରଥମ ବିଜୟ, ରାଜସ୍ଥାନକୁ ୫ ଓ୍ବିକେଟରେ ହରାଇଲା

 

ମୁମ୍ବାଇ : ସ୍ଥାନୀୟ ଡଃ ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୪ତମ ମ୍ୟାଚରେ ରାଜସ୍ଥାନକୁ ୫ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ । ଏହା ଚଳିତ ଆଇପିଏଲରେ ମୁମ୍ବାଇର ପ୍ରଥମ ବିଜୟ ।
ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୫୯ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳପକ୍ଷରୁ ସୂର୍ୟ୍ୟକୁମାର ଯାଦବ ୫୧ ଓ ତିଲକ ବର୍ମା ୩୫ ଓ ଇଶାନ କିଷନ ୨୬ ରନ କରିଥିଲେ ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୮ ରନ କରିଥିଲା । ଜସ ବଟଲର ପୁଣି ରାଜସ୍ଥାନ ଦଳ ପାଇଁ ତ୍ରାଣକର୍ତ୍ତା ପାଲଟିଥିଲେ । ଆଜି ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିବେଳେ ବଟଲର ବିସ୍ଫୋରକ ବ୍ୟାଟିଂ କରି ୫୨ଟି ବଲରୁ ୬୭ ରନ କରିଥିଲେ । ଗୋଟିଏ ଓଭରରେ ସେ ୪ଟି ବିଶାଳ ଛକା ମାରି ଦର୍ଶକଙ୍କୁ ରୋମାଞ୍ଚିତ କରିଦେଇଥିଲେ । ଶେଷ ବେଳକୁ ରବିଚନ୍ଦ୍ରନ ଅଶ୍ବୀନ ୨୧ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ । ମୁମ୍ବାଇ ପକ୍ଷରୁ ରିତିକ ସୋକିନ ଓ ରିଲେ ମେରେଡିଥ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର