ଆଇପିଏଲ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ : ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମଧ୍ୟରେ ଆଇପିଏଲ ୨୦୨୦ର ୧୦ମ ମ୍ୟାଚ ଖେଳାଯାଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ବିରାଟ କୋହଲିଙ୍କ ନେତୃତ୍ୱାଧିନ ବାଙ୍ଗାଲୋର ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି । ସେହିପରି ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ମଧ୍ୟ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି । ତେବେ ବାଙ୍ଗାଲୋର ତୁଳନାରେ ମୁମ୍ବାଇର ରନରେଟ ଅଧିକ ଥିବାରୁ ଏହି ଦଳ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୭ମ ସ୍ଥାନରେ ରହିଛି ।

ଗତକାଲି ପଂଜାବ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହାଇଭୋଲଟେଜ ମୁକାବିଲାରେ ରାଜସ୍ଥାନ ୪ ୱିକେଟରେ ବିଜୟ ହାସଲ କରିଥିଲା । ପଂଜାବ ପକ୍ଷରୁ ୨୨୪ ରନର ବିଶାଳ ଟାର୍ଗେଟ ଦିଆଯାଇଥିବାବେଳେ ରାଜସ୍ଥାନ ୨୨୬ ରନ କରି ବିଜୟୀ ହୋଇଥିଲା ।

ସମ୍ବନ୍ଧିତ ଖବର