ମୁମ୍ବାଇ: ତିନି ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟ ଥର ଲାଗି ଡବ୍‌ଲ୍ୟୁପିଏଲ୍‌ ମୁକୁଟ କରାୟତ୍ତ କରିଛି। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଶନିବାର ଟ୍ରଫି ଜିତିଥିବାରୁ ଏହା ଦଳ ଲାଗି ସ୍ବତନ୍ତ୍ର ହୋଇଛି। ଆଇପିଏଲ୍‌ରେ ଯେଭଳି ମୁମ୍ବାଇ ଇଣ୍ଡିଆନ୍ସ ପୁରୁଷ ଦଳ, ଡବ୍‌ଲ୍ୟୁପିଏଲ୍‌ରେ ଏହାର ମହିଳା ଦଳ ମଧ୍ୟ ଅଧିକ ସଫଳତା ପାଇଛି। ବିଜୟ ପରେ ଏହି ଦଳର ମାଲିକାଣୀ ନୀତା ଅମ୍ବାନୀ କହିଛନ୍ତି ଯେ ଆମ ଝିଅଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି, ସେମାନେ ଅଜେୟ। ଶେଷ ବଲ୍‌ ପର୍ଯ୍ୟନ୍ତ ଲଢ଼ିବା ଏବଂ ହାର୍‌ ନମାନିବା ଲାଗି ଯୋଜନା କରିଥିଲୁ, ସେହାହିଁ କଲୁ। ପୂରା ଋତୁରେ ନାଟ୍‌ ଚମତ୍କାର କରିଛନ୍ତି। ତାଙ୍କର ୩ ୱିକେଟ୍‌ ମଧ୍ୟ ଚମତ୍କାର ଥିଲା। ଆମ ଅଧିନୟିକା ହର୍ମନଙ୍କ ବ୍ୟାଟିଂ ମଧ୍ୟ ଉଚ୍ଚକୋଟୀର! ସପୋର୍ଟ ଷ୍ଟାଫ୍‌ଙ୍କୁ ମଧ୍ୟ ଏହାର ଶ୍ରେୟ ଦେବୁ।

Advertisment

ଆମ ଝିଅଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ବାସ ଅଛି, ସେମାନେ ଅଜେୟ: ନୀତା

ଆମର ଡଗ୍‌ଆଉଟ୍‌ରେ କେବେ ଶାନ୍ତ ନଥିଲା ୩ ବର୍ଷରେ ୨ ଟ୍ରଫି ଜିତିବା ବହୁ କଷ୍ଟକର। କିନ୍ତୁ ମୁଁ କହିବି, ଆମ ଝିଅମାନେ ଅଜେୟ। ସେ ମଧ୍ୟ ମହିଳାମାନଙ୍କ ସଶକ୍ତୀକରଣ ନେଇ କହିଛନ୍ତି ‌ଯେ ଖାଲି ଆମ ଝିଅମାନେ ନୁହେଁ, ଆପଣମାନେ ଯଦି ଯେକୌଣସି ଝିଅଙ୍କୁ ସମର୍ଥନ, ଉତ୍ସାହିତ ଓ ସଶକ୍ତ କରିବେ ସେମାନେ ମଧ୍ୟ କ’ଣ କରିପାରିବେ ଦେଖିବେ। ମୁମ୍ବାଇ ଇଣ୍ଡିଅନ୍ସର ମାଲିକ ଭାବେ ଆଜି ମୁଁ ଗର୍ବ କରେ, ଏହାର କାରଣ ଅନେକ। କ୍ରୀଡ଼ା ମାଧ୍ୟମରେ ଯୁବତୀମାନଙ୍କୁ ସଶକ୍ତ କରିବାକୁ ପ୍ରତିଶୃତିବଦ୍ଧ। କାରଣ କ୍ରୀଡ଼ା ଓ ଶିକ୍ଷା ଉଭୟ ଏକାଠି ଚାଲିଥାଏ। ସାରା ବିଶ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସଫଳ ଦଳ ହୋଇପାରିଛି। ଗୋଟିଏ ସପ୍ତାହ ତଳେ ମୁମ୍ବାଇ କେପ୍‌ଟାଉନ୍‌ ଏସ୍‌ଏ୨୦ ମୁକୁଟ ଜିତିଥିଲା। ଏଥିସହ ବିଶ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ମୋଟ ୧୨ ଟ୍ରଫି ଜିତି ସାରିଲାଣି। ଆଇପିଏଲ୍‌ରେ ୫, ଡବ୍‌ଲ୍ୟୁପିଏଲ୍‌ ଓ ଚାମ୍ପିଅନ୍ସ ଲିଗ୍‌ ଟ୍ବେଣ୍ଟି-୨୦ରେ ୨ ଲେଖାଏଁ, ମେଜରଲିଗ୍‌ କ୍ରିକେଟ୍‌ରେ ଏମ୍‌ଆଇ ନ୍ୟୁୟର୍କ (୨୦୨୩), ଆଇଏଲ୍‌ଟି୨୦ରେ ଏମ୍‌ଆଇ ଏମ୍‌ରେଟ୍‌ସ (୨୦୨୪) ଏବଂ ଏସ୍‌ଏ୨୦ରେ ମୁମ୍ବାଇ କେପ୍‌ଟାଉନ୍‌ (୨୦୨୫) ଟ୍ରଫି ଜିତିଛି।