ଅକ୍ଲାଣ୍ଡ୍: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍ ବେଳେ ଆହତ ଯୋଗୁଁ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରୁ ବାଦ୍ ପଡ଼ିଥିବା କଲିନ୍ ମୁନ୍ରୋ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ନ୍ୟୁଜିଲାଣ୍ଡ୍ ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡ୍ ଘୋଷଣା କରିଥିବା ୧୪ ଜଣିଆ ଦଳରେ ମୁନ୍ରୋଙ୍କୁ ସାମିଲ କରାଯାଇଛି। ଏହି ମ୍ୟାଚ୍ ଫେବ୍ରୁଆରି ୩ ତାରିଖରେ ଅଷ୍ଟ୍ରେଲିଆର ସିଡ୍ନି ପଡ଼ିଆରେ ଖେଳାଯିବ। ଏହି ମ୍ୟାଚ୍ ଖେଳିବା ପରେ ନ୍ୟୁଜିଲାଣ୍ଡ୍ ଦଳ ସ୍ୱଦେଶ ଫେରି ଅବଶିଷ୍ଟ ମ୍ୟାଚ୍ ସବୁ ଘରୋଇ ପଡ଼ିଆରେ ଖେଳିବ। ନ୍ୟୁଜିଲାଣ୍ଡ୍ ତା’ର ପରବର୍ତୀ ମ୍ୟାଚ୍ ଫେବ୍ରୁଆରି ୧୩ ତାରିଖରେ ଇଂଲଣ୍ଡ ସହ ଖେଳିବ। ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ୍ ଫେବ୍ରୁଆରି ୨୧ ତାରିଖରେ ଖେଳାଯିବ। ଲୋକି ଫର୍ଗୁସନ୍ ଓ ଗ୍ଲେନ୍ ଫିଲିପ୍ ନ୍ୟୁଜିଲାଣ୍ଡ୍ ଦଳରୁ ବାଦ୍ ପଡ଼ିଛନ୍ତି।
ନ୍ୟୁଜିଲାଣ୍ଡ୍ ଦଳ: କେନ୍ ଓ୍ଵିଲିୟମ୍ସନ୍ (ଅଧିନାୟକ), ଟମ୍ ବ୍ଲଣ୍ଡେଲ୍ (ଓ୍ଵିକେଟ୍ରକ୍ଷକ), ଟ୍ରେଣ୍ଟ୍ ବୋଲ୍ଟ, ଟମ୍ ବ୍ରୁସ୍, କଲିନ୍ ଡି ଗ୍ରାଣ୍ଡୋମେ, ମାର୍ଟିନ୍ ଗପ୍ଟିଲ, ଅନାରୁ କିଚେନ୍, କଲିନ୍ ମୁନ୍ରୋ, ସେଥ୍ ରାନ୍ସ, ମିଚେଲ ସାଣ୍ଟ୍ନର୍, ଇଶ୍ ସୋଢ଼ି, ଟିମ୍ ସାଉଥି, ରସ୍ ଟେଲର, ବେନ୍ ହ୍ଵିଲର୍।
ନ୍ୟୁଜିଲାଣ୍ଡ୍ ଟେ୍ଵଣ୍ଟି-୨୦ ଦଳକୁ ଫେରିଲେ ମୁନ୍ରୋ
/sambad/media/post_attachments/wp-content/uploads/2018/01/colin-munro.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)