ମୁସଫିକରଙ୍କ କୀର୍ତିମାନଭରା ଦ୍ବିଶତକ

ମିର୍‌ପୁର,: ଜିମ୍ବା‌ୱେ ବିପକ୍ଷ ଘରୋଇ ‌ଟେଷ୍ଟ୍‌ ଶୃଙ୍ଖଳାରେ ମୁସ୍‌ଫିକର ରହିମ (୨୧୯*)ଙ୍କ କୀର୍ତିମାନଭରା ଅପରାଜିତ ଦ୍ବିଶତକ ବଳରେ ବାଂଲାଦେଶ ୭ ୱିକେଟ୍‌ ବିନିମୟରେ ୫୨୨ ରନ୍‌ କରି ପ୍ରଥମ ପାଳି ଘୋଷଣା କରିଛି। ମୁସାଫିକରଙ୍କ ଏହା ଚଳିତ ବର୍ଷର ପ୍ରଥମ ଦ୍ବିଶତକ ହୋଇଥିଲା ବେଳେ ବଂଲାଦେଶୀ ବ୍ୟାଟ୍ସମ୍ୟାନ୍‌ ଭାବେ ଟେଷ୍ଟ୍‌ରେ ସର୍ବାଧିକ ରନ୍‌ କୀତିମାନ। ଏଥିସହ ‌‌ସେ ବିଶ୍ବର ପ୍ରଥମ ୱିକେଟ୍‌ ରକ୍ଷକ ଭାବେ ଟେଷ୍ଟ୍‌ରେ ଦୁଇଟି ଦ୍ବିଶତକ ହାସଲ କରିବାର କୀର୍ତିମାନ କରିଛନ୍ତି। ପ୍ରଥମ ଦିନର ସ୍କୋର୍‌ ୩୦୩/୫ରୁ ଖେଳ ଆରମ୍ଭ କରି ବାଂଲାଦେଶ ଆଉ ଦୁଇ ୱିକେଟ୍‌ ହରାଇ ୨୧୭ ରନ୍‌ ଯୋଡ଼ିଥିଲା। ପ୍ରଥମ ଦିନ ୧୧୧ ରନ୍‌ରେ ଅପରାଜିତ ଥିବା ମୁସଫିକର ଦ୍ବିଶତକ ହାସଲ କରିବା ସହ ମେହେନ୍ଦି ହାସନ ମିରାଜ (୬୮*)ଙ୍କ ସହ ଅଷ୍ଟମ ୱିକେଟ୍‌ ଭାଗୀଦାରିରେ ୧୪୪ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୫୦୦ ଡିଆଁଇଥିଲେ। ରବିବାର ପ୍ରଥମ ଦିନ ମୋମିନୁଲ ହକ୍‌ (୧୬୧) ଶତକ ଅର୍ଜନ କରିଥି‌‌ଲେ। ଜିମ୍ବାୱେ ପକ୍ଷରୁ କାୟଲ ଜାର୍ଭିସ ୫ ୱିକେଟ୍‌ ସଫଳତା ପାଇଥିଲେ। ଜବାବରେ ଜିମ୍ବ‌ାୱେ ଦ୍ବିତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ଏକ ୱିକେଟ୍‌ ହରାଇ ୨୫ ରନ୍‌ କରିଛି।

ସମ୍ବନ୍ଧିତ ଖବର