ନୂଆଦିଲ୍ଲୀ: ଚୀନ୍ର ହଙ୍ଗ୍ଜୁରେ ୨୦୨୨ ମସିହାରେ ହେବାକୁ ଥିବା ୧୯ତମ ଏସୀୟ କ୍ରୀଡ଼ାର ମାସ୍କଟ୍କୁ ଶୁକ୍ରବାର ଉନ୍ମୋଚିତ କରାଯାଇଛି। କରୋନା ମହାମାରୀ କାରଣରୁ ଏହାର ଡିଜିଟାଲ୍ ଉନ୍ମୋଚନ କରାଯାଇଛି। ମାସ୍କଟ୍ରେ ରହିଛନ୍ତି ୩ ରୋବୋଟ୍ ଚେନ୍ଚେନ୍, କଙ୍ଗ୍କଙ୍ଗ, ଲିଆନ୍ଲିଆନ୍। ଏହାକୁ ସ୍ମାର୍ଟ ଟ୍ରିପଲ୍ସ ଆଖ୍ୟା ମିଳିଛି। ଆୟାଜନ କରୁଥିବା ପ୍ରଭିନ୍ସ ଝେଜିଆଙ୍ଗ ଏବଂ ସହର ହାଙ୍ଗ୍ଜୁ ଇଣ୍ଟରନେଟ୍ କ୍ଷମତାକୁ ଏହି ମାସ୍କଟରେ ପ୍ରତିବିମ୍ବ ଭାବେ ନିଆଯାଇଛି। କରୋନା କାରଣରୁ ମଧ୍ୟ ଏହି ଉନ୍ମୋଚନ ଉତ୍ସବ ମାତ୍ର ୨୦ ମିନିଟ୍ରେ ସୀମିତ ରହିଥିଲା। ସମନ୍ବୟ ସମିତିର ଅଧ୍ୟକ୍ଷ ରାଜା ରଣଧୀର ସିଂହ ଆୟୋଜକଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ମାସ୍କଟଗୁଡିକ ଜୀବନ୍ତ, ସମୃଦ୍ଧ, ଚୀନ୍ ସଂସ୍କୃତି, ହଙ୍ଗ୍ଜୁ ସହରର ଚରିତ୍ର ଓ ଏସୀୟ କ୍ରୀଡ଼ା ଉତ୍ସାହକୁ ମଧ୍ୟ ପ୍ରତିଫଳିତ କରିଛି ବୋଲି ରଣଧୀର କହିଛନ୍ତି। ଉନ୍ନବିଂଶ ଏସୀୟ କ୍ରୀଡ଼ା ୨୦୨୨ ମସିହା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ହଙ୍ଗ୍ଜୁରେ ଖେଳାଯିବ ବୋଲି ପୂର୍ବରୁ ଅଲିମ୍ପିକ କାଉନସିଲ୍ ଅଫ୍ ଏସିଆ ନିଷ୍ପତ୍ତି ନେଇଥିଲା। ୧୯୯୦ ବେଜିଂ ଏବଂ ୨୦୧୦ ଗୁଆଙ୍ଗ୍ଜୁ ପରେ ଚୀନ୍ ତୃତୀୟ ଥର ପାଇଁ ଏସୀୟ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ତେବେ କରୋନା ପ୍ରଭାବ ପରବର୍ତୀ ପରିସ୍ଥିତିରେ ଏହି ପ୍ରତିଯୋଗିତା କିଭଳି ଆୟୋଜିତ ହେଉଛି ଦେଖିବାର ଅଛି।
ହଙ୍ଗ୍ଜୁ ଏସୀୟ କ୍ରୀଡ଼ା ମାସ୍କଟ୍ ଉନ୍ମୋଚିତ
/sambad/media/post_attachments/wp-content/uploads/2020/04/sf987hsf98h7sf98h7sf98h7sf98h7sf98h7sfh98sf7h98fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)