ଯୋଡ଼ା: ରୁଷିଆରେ ଆୟୋଜିତ ମସ୍କୋ ଉଷୁ ଷ୍ଟାର୍ସ ପ୍ରତିଯୋଗିତାରେ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଆ ଝିଅ ମଞ୍ଜୁ ମୁଣ୍ତା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ମସ୍କୋରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିବା ପାଇଁ ୩୬ ଜଣିଆ ଭାରତୀୟ ଦଳରେ ମଞ୍ଜୁ ଏକମାତ୍ର ଓଡ଼ିଆ ରୂପେ ସ୍ଥାନ ପାଇଥିଲେ। ମଞ୍ଜୁଙ୍କ ସହିତ ତାଙ୍କ ପ୍ରଶିକ୍ଷକ ପଙ୍କଜ କୁମାର ମହାନ୍ତ ମଧ୍ୟ ରୁଷିଆ ଗସ୍ତ କରିଛନ୍ତି। ଉଷୁ ଫାଇନାଲ ରେସ୍ରେ ମଞ୍ଜୁ ସୋମବାର ସ୍ବର୍ଣ୍ଣ ପଦକ ପାଇଥିବା ତାଙ୍କ ମାମୁ ସୀତାରାମ ମୁଣ୍ତା ସୂଚନା ଦେଇଛନ୍ତି। ମଞ୍ଜୁ ଗତ ୨୦୧୧ରୁ ଉଷୁ ନିମନ୍ତେ ପ୍ରଶିକ୍ଷଣ ନେଉଛନ୍ତି। ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ଉଷୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ବହୁ ପଦକ ହାସଲ କରିଛନ୍ତି। ଏହି ଖବର ପାଇବା ପରେ ଯୋଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମୃଦୁଳା ମହାନ୍ତି କହିଛନ୍ତି ଯେ ପ୍ରବଳ ଇଛାଶକ୍ତି ଓ ଅଧ୍ୟବସାୟ ଯୋଗୁଁ ମଞ୍ଜୁ ଏହି ସଫଳତା ପାଇ ପାରିଛନ୍ତି। ମଞ୍ଜୁ ମୁଣ୍ତାଙ୍କ ଘର କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଦେଓଝର ପଞ୍ଚାୟତର ସିଆଳିଯୋଡ଼ା ଗ୍ରାମରେ। ତାଙ୍କ ବାପା ବୁଧୁରାମ ମୁଣ୍ତା ଓ ମା'ଙ୍କ ନାମ ଜିଙ୍ଗି ମୁଣ୍ତା। ସେ ଯୋଡ଼ା ମହିଳା କଲେଜରେ ଯୁକ୍ତ ୨ ଦ୍ବିତୀୟ ବର୍ଷ ଛାତ୍ରୀ।
ମସ୍କୋ ଉଷୁ ଷ୍ଟାର୍ସ ପ୍ରତିଯୋଗିତାରେ ଓଡ଼ିଆ ଝିଅ ମଞ୍ଜୁଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2019/02/manju-earns.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)