ଦ୍ବିତୀୟ ଟେଷ୍ଟ୍‌: ମୁସ୍‌ଫିକର-ଲିଟନ୍‌ଙ୍କ ଦ୍ବିଶତକୀୟ ଭାଗୀଦାରି ବାଂଲାଦେଶ ୩୬୫; ଶ୍ରୀଲଙ୍କା୧୪୩/୨

ଢାକା: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ମୁସ୍‌ଫିକର ରହିମ ଏବଂ ୱିକେଟ୍‌ରକ୍ଷକ ଲିଟନ ଦାସଙ୍କ ଦ୍ବିଶତକୀୟ ଭାଗୀଦାରି ବଳରେ ଘରୋଇ ବାଂଲାଦେଶ ଏଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୩୬୫ ରନ୍‌ କରିପାରିଛି। ୨୪ ରନ୍‌ରେ ୫ ୱିକେଟ୍‌ ହରାଇବା ପରେ ମୁସ୍‌ଫିକର ଓ ଲିଟନ ଷଷ୍ଠ ୱିକେଟ୍‌ରେ ୨୭୨ ରନ୍ ଯୋଡ଼ିଥିଲେ। ମୁସ୍‌ଫିକର ୧୭୫* ଏବଂ ଲିଟନ ୧୪୧ ରନ୍‌ କରିଥିଲେ। ଭ୍ରମଣକାରୀ ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ୫ ଓ ଅସିଥା ଫର୍ଣ୍ଣାଣ୍ଡୋ ୪ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଶ୍ରୀଲଙ୍କା ଭଲ ଆରମ୍ଭ କରିଛି। ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୨ ୱିକେଟ୍‌ ହରାଇ ୧୪୩ ରନ୍‌ କରିନେଇଛି। ପ୍ରାରମ୍ଭିକ ଯୋଡ଼ି ଓସାଦା ଫଣ୍ଡାଣ୍ଡୋ (୫୭) ଏବଂ ଅଧିନାୟକ ଦିମୁଥ କରୁଣାରତ୍ନେ (୭୦*) ଅର୍ଦ୍ଧଶତକ ଜମାଇଛନ୍ତି। ଦୁହେଁ ପ୍ରଥମ ୱିକେଟ୍‌ରେ ୯୬ ରନ୍ ଯୋଡ଼ିଥିଲେ। ହାତରେ ୮ ୱିକେଟ୍‌ ଥାଇ ଭ୍ରମଣକାରୀ ଦଳ ୨୨୨ ରନ୍‌ ପଛରେ ରହିଛି।

ସମ୍ବନ୍ଧିତ ଖବର