ମୋ ପୁଅ ଏତେ ବି ବୁଢ଼ା ନୁହେଁ: ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଧୋନୀ ମାଆଙ୍କ ପ୍ରତିକ୍ରିୟା

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉାନ୍‌ ହେତୁ ନିଜ ଘରେ ନିଜକୁ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଧୋନୀ ଘରେ ରହିବା ସମୟରେ ତାଙ୍କର କିଛି ସ୍ବତନ୍ତ୍ର ଫଟୋକୁ ସୋସିଆଲ୍‌ ମିଡିଆରେ ନିଜ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି ତାଙ୍କ ପତ୍ନୀ ସାକ୍ଷୀ। ‌ସେୟାର୍‌ ହୋଇଥିବା ଫଟୋରେ ଧୋନୀଙ୍କ କେଶ ଓ ନିଶ ଧଳା ପଡ଼ି ଯାଇଥିବାର ଦେଖିବାକୁ ମିଳିଛି।

ସାକ୍ଷୀଙ୍କର ଏହି ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଦେଖିବାକୁ ମିଳିଛି ଯେ ୩୮ ବର୍ଷିଅ ଧୋନୀ ମଧ୍ୟ ଲକ୍‌ଡାଉନ୍‌ ସମୟରେ ବନ୍ଦ ହୋଇଥିବା ସେଲୁନ୍‌ ପାଇଁ ପ୍ରଭାବିତ ହୋଇଛନ୍ତି।


Dailyhunt

ଧୋନୀଙ୍କର ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକ ତାଙ୍କୁ ବୁଢ଼ା ବୋଲି ସମ୍ବୋଧନ କରିଛନ୍ତି। ମାତ୍ର ଧୋନୀଙ୍କ ମାଆ ଏ କଥାରେ ଅରାଜି ହୋଇ କହିଛନ୍ତି କି ‘ମୋ ପୁଅ ଏତେ ବି ବୁଢ଼ା ନୁହେଁ’। ଧୋନୀଙ୍କ ପ୍ରଶଂସକମାନେ ତାଙ୍କୁ ଲେଖିଛନ୍ତି କି ‘ବିଶ୍ବ କପ୍‌ ବିଜୟୀ ଏବେ ବୁଢ଼ା ହୋଇଗଲେଣି’।

ସମ୍ବନ୍ଧିତ ଖବର