ନବ ଦାଶ ସ୍ମାରକୀ ଟ୍ରଫି ଜିତିଲା ଜ୍ୟୋତି ମୋଟର୍ସ

ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଆୟୋଜିତ ନବ ଦାଶ ସ୍ମାରକୀ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲରେ ଜ୍ୟୋତି ମୋଟର୍ସ ୯ ରନ୍‌ରେ ବିହାରିଲାଲ ଫାଇଟର୍ସକୁ ପରାସ୍ତ କରି ଟ୍ରଫି କରାୟତ କରିଛି। ଗୁରୁବାର ଫାଇନାଲ୍‌ରେ ଜ୍ୟୋତି ମଟର୍ସ ଆଲୋକ ସାହୁଙ୍କ ୪୪ ଓ ସିଦ୍ଧାର୍ଥ ଜେନାଙ୍କ ୩୧ ବଳରେ ୯ ୱିକେଟ୍‌ ବିନିମୟରେ ୧୪୪ ରନ୍‌ କରିଥିଲା। ବିହାରିଲାଲ ପକ୍ଷରୁ ତପେନ୍ଦ୍ର ସିଂହ ଓ ପ୍ରଦୀପ ଦାଶ ୩ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ବିହାରିଲାଲ ସୁନିଲ ସାହୁ (୫୬)ଙ୍କ ଅର୍ଧଶତକ ‌ସତ୍ବେ ୧୩୫/୮ରେ ଅଟକି ଯାଇଥି‌ଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଆଲୋକ ସାହୁ (୪୪ ରନ୍‌, ୩/୧୯) ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟଜିତ ଜେନା ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ରମେ ୨୫ ହଜାର ଓ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ନରେନ୍ଦ୍ର ଦାଶ, କମଳାକାନ୍ତ ଜେନା ଏବଂ ଲାହିର ମହାନ୍ତି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର