ନବ ଦାସ ସ୍ମାରକୀ କ୍ରିକେଟ୍‌:ପାରାମାଉଣ୍ଟ୍‌, ବିହାରୀଲାଲ ସେମିରେ

ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଚାଲିଥିବା ନବ ଦାସ ସ୍ମାରକୀ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଏବଂ ବିହାରିଲାଲ ଫାଇଟର୍ସ ପ୍ରବେଶ କରିଛନ୍ତି। ସୋମବାର ପ୍ରଥମ କ୍ବାର୍ଟର୍‌ ଫାଇନାଲ୍‌ରେ ପାରାମାଉଣ୍ଟ୍‌ ୮୧ ରନ୍‌ରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ପାରାମାଉଣ୍ଟ୍‌ ଆୟୁଷରାଜ ଚୌଧୁରୀଙ୍କ ଅର୍ଧଶତକ (୯୪ ରନ୍‌) ବଳରେ ୨୦୯/୪ କରିଥିଲା। ଜବାବରେ ସହିଦ ସ୍ପୋର୍ଟିଂ ୧୨୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ରାକେଶ ଗୋଛାୟତ ୩୪ ରନ୍‌ କରିଥିଲା ବେଳେ ଅମିତାଭ ରାଉତ ୪ ୱିକେଟ୍‌ ପାଇଥିଲେ। ଅୟୁଷରାଜ ଚୌଧୁରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଦ୍ବିତୀୟ କ୍ବାର୍ଟର୍‌ ଫାଇନାଲ୍‌ରେ ବିହାରିଲାଲ ୩୬ ରନ୍‌ରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌କୁ ହରାଇଥିଲା। ୱାଲ୍ଟର ଟପ୍ପୋ (୫୨) ଓ ସଞ୍ଜୀବ ସାହୁ (୫୦)ଙ୍କ ଅର୍ଧଶତକ ବଳରେ ବିହାରୀଲାଲ ୬ ୱିକେଟ୍‌ ବିନିମୟରେ ୧୮୪ ରନ୍‌ କରିଥିଲା। ଜବାବରେ ମୁ‌କ୍ତେଶ୍ବର ସମସ୍ତ ୱିକେଟ୍‌ ହରାଇ ୧୫୮ ରନ୍‌ କରିପାରିଥିଲା। ପ୍ରଶାନ୍ତ ଶର୍ମା ୫୨ ରନ୍‌ କରିଥିଲେ। ୱାଲ୍ଟର ଟପ୍ପୋ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମଙ୍ଗଳବାର ଦୁଇଟି ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂ-ଜ୍ୟୋତି ମୋଟର୍ସ ଏବଂ ରାମେଶ୍ବର ସ୍ପୋର୍ଟିଂ-ସ୍କାନ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର