ଭାରତୀୟ କ୍ରିକେଟର୍‌ଙ୍କୁ ନାଡ଼ା ନୋଟିସ୍‌

ନୂଆଦିଲ୍ଲୀ: ନିଜ ନିଜକୁ ଏନ୍‌ଆରଟିପି (ନ୍ୟାସନାଲ୍‌ ରେଜିଷ୍ଟର୍‌ଡ ଟେଷ୍ଟିଂ ପୁଲ୍‌)ରେ ପଞ୍ଜୀକୃତ କରିନଥିବାରୁ ୫ ଜଣ ଭାରତୀୟ କ୍ରିକେଟର୍‌ଙ୍କୁ ନାଡା (ନ୍ୟାସନାଲ୍‌ ଆଣ୍ଟି ‌ଡୋପିଂ ଏଜେନ୍‌ସୀ) ନୋଟିସ୍ ପଠାଇଛି। ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଜଣାଇବାକୁ କୁହାଯାଇଛି। ୧୧୦ ଜଣିଆ ଏହି ତାଲିକାର ବ୍ୟତିକ୍ରମରେ ରହିଥିବା ଏହି ୫ ଚୁକ୍ତିବଦ୍ଧ କ୍ରିକେଟର୍‌ ହେଲେ-ଚେତେଶ୍ବର ପୂଜାରା, ରବୀନ୍ଦ୍ର ଜାଦେଜା, କେଏଲ୍ ରାହୁଲ ଓ ମହିଳା କ୍ରିକେଟର୍‌ ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା।

ବିସିସିଆଇ ଏ ସମ୍ପର୍କରେ ନାଡାକୁ କହିଛି ଯେ ପାସୱାର୍ଡରେ ଗଡବଡ଼ି କାରଣରୁ ଏହ‌ି ଖେଳାଳିଙ୍କ ଅବସ୍ଥିତି ସମ୍ପର୍କରେ ସ୍ପଷ୍ଟଚିତ୍ର ମିଳିପାରିନାହିଁ। ଖେଳାଳି ନିଜ ଆଡୁ ଏହା ନଭରିଲେ ସଂଘ କରିପାରିବ ବୋଲି ମଧ୍ୟ ନାଡାର ମହାପ୍ରବଂଧକ ନବୀନ ଅଗ୍ରୱାଲ୍ ପ୍ରକାଶ କରିଛନ୍ତି। ଆଡାମ୍ସ (ଆଣ୍ଟି‌ ଡୋପିଂ ଆଡମିନିଷ୍ଟ୍ରେସନ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍ସ) ‌ସଫ୍ଟୱେର୍‌ରେ ନିଜ ତଥ୍ୟ ଅପଲୋଡ୍ କରିବା ଲାଗି ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ସବୁ ଶୃଙ୍ଖଳାର ଖେଳାଳିଙ୍କୁ ଶିକ୍ଷିତ କରାଯାଉଛି। ଖେଳାଳି ନିଜେ ନ କଲେ ସମ୍ପୃକ୍ତ ସଂଘ ଏହା କରିପାରିବାର ବ୍ୟବସ୍ଥା ଥିବାରୁ ୩ ମାସ ହେବ ବିସିସିଆଇ କାହିଁକି କରିନାହିଁ ବୋଲି ଅଗ୍ରୱାଲ୍ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର