ନୂଆଦିଲ୍ଲୀ: ଜାତୀୟ ନିଷିଦ୍ଧ ଔଷଧ ନିରୋଧ ସଂସ୍ଥା (ନାଡା) ଡିସକସ୍ ଫିଙ୍ଗାଳି ସୀମା ପୁନିଆଙ୍କ ଡୋପ୍ ଟେଷ୍ଟ୍ କରିବାକୁ ସୂଚନା ଦେଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ସୀମା ଭାଗନେଇଥିବା ଦ୍ୱିବିଂଶତମ ଫେଡେରେସନ ଜାତୀୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ବେଳେ ଡୋପ୍ ପରୀକ୍ଷା ଦେବା କଥା। କିନ୍ତୁ ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୬୧.୦୫ ମିଟର ଫିଙ୍ଗି ସ୍ୱର୍ଣ୍ଣ ଜିତି ନେଇଥିଲେ। ଉଦ୍ଘାଟନୀ ଦିବସରେ ନାଡାର କୌଣସି ଅଧିକାରୀ ପତିଆଲାରେ ଉପସ୍ଥିତ ନଥିଲେ। ଏହାପର ଦିନ ତଥା ୬ ତାରିଖରେ ନାଡା ଅଧିକରୀ ପତିଆଲାରେ ପହଞ୍ଚିଲା ବେଳକୁ ସ୍ୱର୍ଣ୍ଣ ବିଜୟିନୀ ସୀମା ନିଜ ଘରକୁ ଫେରି ଯାଇଥିଲେ। ଫଳରେ ସୀମା କେଉଁଠାରେ ଅଛନ୍ତି ଏବଂ କେଉଁଠାରେ ପରୀକ୍ଷା ଦେବେ ସେ ବିଷୟରେ ବିବରଣୀ ଦେବାକୁ ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍ଆଇ)କୁ ନାଡା କହିଥିଲା। ସୀମା ସୋନପାଟ୍ରେ ଥିବା ନେଇ ଏଏଫ୍ଆଇ ନାଡାକୁ ଜଣାଇଥିଲା। ସୀମାଙ୍କ ମୂତ୍ର ନମୂନା ସଂଗ୍ରହ କରିବା ଲାଗି ନାଡା ଅଧିକାରୀ ସୋନପାଟ୍ ଗସ୍ତ କରିଛନ୍ତି।
ସୀମାଙ୍କ ଡୋପ୍ ପରୀକ୍ଷା କରିବ ନାଡା
/sambad/media/post_attachments/wp-content/uploads/2018/03/NADA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)