ଫେଡେରର୍‌ଙ୍କୁ ବିଦା କଲେ ନାଦାଲ

ପ୍ୟାରିସ୍‌: ଶୁକ୍ରବାର ରୋଲାଁ ଗ୍ୟାରସ୍‌ରେ ଏକ ମହା ମୁକାବିଲା ଦେଖିବାକୁ ମିଳିଥିଲା। ପୁରୁଷ ଏକକ ବର୍ଗ ପ୍ରଥମ ସେମିଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଓ ତୃତୀୟ ମାନ୍ୟତାପ୍ରାପ୍ତ ରୋଜର୍‌ ଫେଡେରର୍‌। ଏହି ଦୁଇ ମହାନ୍‌ ପ୍ରତିଦ୍ବନ୍ଦ୍ବୀ ୮ ବର୍ଷ ପରେ ପ୍ରଥମ ଥର ଲାଗି ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲ୍‌ରେ ଭେଟାଭେଟି ହୋଇଥିଲେ। ହେଲେ ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ସ୍ବିଜରଲାଣ୍ଡ୍‌ ତାରକା ଫେଡେରର୍‌ ସ୍ପେନ୍‌ ତାରକା ନାଦାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ଗୋଟିଏ ବି ସେଟ୍‌ ଜିତିବାକୁ ସମର୍ଥ ହୋଇନଥିଲା ବେଳେ ନାଦାଲ ସିଧାସଳଖ ୬୩-, ୬-୪ ଓ୬-୨ ସେଟ୍‌ରେ ମୁକାବିଲା ଜିତି ଦ୍ବାଦଶ ଥର ପାଇଁ ରୋଲାଁ ଗ୍ୟାରସ୍‌ରେ ଏବଂ ମୋଟ ଉପରେ ୨୬ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଥିଲେ।

ସମ୍ବନ୍ଧିତ ଖବର