ପ୍ୟାରିସ : ରୋମ୍ରେ ଚଳିତ ସପ୍ତାହରେ ଦଶମ ଥର ପାଇଁ ଇଟାଲିଆନ୍ ଓପନ୍ ଟ୍ରଫି ଜିତିଥିଲେ ସ୍ପେନ୍ ତାରକା ରାଫେଲ ନାଦାଲ। ହେଲେ ଏହି ବିଜୟ ସତ୍ତ୍ବେ ଏଟିପି ମାନ୍ୟତାରେ ସେ ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ୧୩ ଥର ଫ୍ରେଞ୍ଚ୍ ଓପନ୍ ବିଜେତା ନାଦାଲ ଏବେ ବି ରୁଷିଆର ଡାନିଲ ମେଡ୍ଭେଡେଭ୍ଙ୍କ ପଛକୁ ରହିଛନ୍ତି। ରୋମ୍ରେ ଦ୍ବିତୀୟ ରାଉଣ୍ଡ୍ ପରାଜୟ ସତ୍ତ୍ବେ ମେଡ୍ଭେଡେଭ୍ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଫାଇନଲ୍ରେ ନାଦାଲଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିବା ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଏଟିପି ମାନ୍ୟତାର ଶୀର୍ଷରେ ରହିଛନ୍ତି। ଏମାନଙ୍କ ପଛକୁ ଅଷ୍ଟ୍ରିଆର ଡୋମିନିକ୍ ଥିମ୍, ଗ୍ରିସ୍ର ଷ୍ଟିଫାନୋସ୍ ସିସିପାସ୍, ଜର୍ମାନିର ଆଲେକ୍ଜାଣ୍ଡର ଭେରେଭ୍, ରୁଷିଆର ଆନ୍ଦ୍ରେ ରୁବ୍ଲେଭ୍, ସ୍ବିଜରଲାଣ୍ଡ୍ର ରୋଜର ଫେଡେରେର୍, ଇଟାଲିର ମାସିଓ ବେରେଟେନି ଏବଂ ଆର୍ଜେଣ୍ଟିନାର ଡିଆଗୋ ସ୍ବାର୍ଜମ୍ୟାନ୍ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ଅଛନ୍ତି।
ରୋମ୍ ବିଜୟ ସତ୍ତ୍ବେ ଏଟିପି ମାନ୍ୟତାର ତୃତୀୟରେ ନାଦାଲ
/sambad/media/post_attachments/wp-content/uploads/2021/05/rafael-nadal-tennis.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)