ମାନାକୋର: ବିଶ୍ବର ୨ ନମ୍ବର ଟେନିସ୍ ତାରକା ରାଫେଲ୍ ନାଦାଲ ଖୁବ ଶୀଘ୍ର ବିବାହ ବଂଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ୩୨ ବର୍ଷୀୟ ଏହି ସ୍ପେନୀୟ ତାରକା ତାଙ୍କ ଦୀର୍ଘଦିନର ବାଂଧବୀ ମାରିଆ ଫ୍ରାନସିସ୍କା ପେରେଲୋଙ୍କୁ ବିହାହ କରିବେ ବାଲି ସ୍ପାନିସ ଗଣମାଧ୍ୟମରେ ପ୍ରକାଶ ପାଇଛି। ହୋଲା ମାଜାଜିନ୍କୁ ପ୍ରଦାନ କରିଥିବା ଏକ ସାକ୍ଷାତକାରରେ ନାଦାଲ ଏବଂ ମାରିଆ ଏହି କଥାକୁ ସ୍ପଷ୍ଟ କରିଛନ୍ତି। ଗତ ମେ’ ମାସରେ ଉଭୟ ଗୋପନରେ ନିର୍ବନ୍ଧ କରିସାରିଛନ୍ତି ଏବଂ ଆସନ୍ତା ଶରତ ଋତୁରେ ମାଲୋର୍କାରେ ବିବାହ ଯୋଜନା ହୋଇଛି ବୋଲି କହିଛନ୍ତି। ଖିସ୍କା ନାମରେ ପରିଚିତ ମାରିଆ ବାଣିଜ୍ୟରେ ସ୍ନାତକ କରିଛନ୍ତି ଏବଂ ରାଫେଲ୍ ନାଦାଲ ଫାଉଣ୍ଡେସନ୍ରେ କାମ କରୁଛନ୍ତି। ଦୀର୍ଘ ୧୪ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଆସିଛି। ଟେନିସ୍ ଏବଂ ନିଜ ଖୁସିକୁ ନେଇ ମୁଁ ମୋ ସଙ୍କଳ୍ପବଦ୍ଧତା ଜାରି ରଖିଛି। ମୋର ବି ବାଂଧବୀ ରହିଛି ଏବଂ ନିଷ୍ପତ୍ତି ନେବାକୁ ମୁଁ ଏକା ନାହିଁ ବୋଲି ନାଦାଲ ପ୍ରକାଶ କରିଛନ୍ତି। କିଛି ଦିନ ତଳେ ନାଦାଲ ମଧ୍ୟ କହିଥିଲେ, ‘ବାଳକ ହେଉ କି ବାଳିକା ମୁଁ ପିଲାଙ୍କୁ ଭଲ ପାଏ, ମୁଁ ବି ଜଣେ ପାରିବାରିକ ବ୍ୟକ୍ତି’। ୧୭ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ନାଦାଲ ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆନ୍ ଓପନ୍ରେ ଗୋଟିଏ ବି ସେଟ୍ ଡ୍ରପ୍ ନ କରି ଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ନୋଭାକ ଜୋକୋଭିକ୍ଙ୍କଠାରୁ ୩-୬, ୩-୬, ୩-୬ରେ ହାରିଯାଇଥିଲେ। ନାଦାଲ ଏତେ ଶୀଘ୍ର ଅବସର ନିଅନ୍ତୁ ବୋଲି ତାଙ୍କ ପ୍ରଶଂସକ ଚାହାନ୍ତିନି। କିନ୍ତୁ ବିବାହ ଓ ପିତୃତ୍ବ ନିଶ୍ଚିତ ତାଙ୍କ ଅଗ୍ରାଧିକାର ତାଲିକାରେ ରହିଛି।
ବାଂଧବୀଙ୍କୁ ବାହା ହେବେ ନାଦାଲ
/sambad/media/post_attachments/wp-content/uploads/2019/02/Untitled-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)