ପ୍ୟାରିସ: କ୍ଲେ-କୋର୍ଟ ମହାରାଜା ଭାବେ ପରିଚିତ ସ୍ପେନ୍ର ରାଫେଲ ନାଦାଲ ରବିବାର ଫ୍ରେଞ୍ଚ ଓପନ୍ ଟ୍ରଫି ଜିତି ସର୍ବାଧିକ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ୍ କରାୟତ୍ତ କରିବାରେ ସ୍ବିଜରଲାଣ୍ଡର ରୋଜର ଫେଡେରର୍ (୨୦)ଙ୍କ ସମକକ୍ଷ ହୋଇଛନ୍ତି। ରବିବାର ଫିଲିପ କାର୍ଟରରେ ଖେଳାଯାଇଥିବା ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ୬-୦, ୬-୨, ୭-୫ ସିଧାସଳଖ ସେଟ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିୟା ତାରକା ନୋଭାକ ଜୋକୋଭିକଙ୍କୁ ହରାଇ ଲାଗାତାର ଚତୁର୍ଥ ଥର ଲାଗି ଏହି ମୁକୁଟ କରାୟତ୍ତ କରିଛନ୍ତି। ଏଥିସହ ୩୪ ବର୍ଷୀୟ ନାଦାଲ ରୋଲାଁ ଗ୍ୟାରୋସ ଫାଇନାଲ୍ରେ ଅପରାଜେୟ ରହିବାର କୀର୍ତ୍ତିମାନ କରିଛନ୍ତି। ସେ ଏଠାରେ ୧୩ ଥର ଫାଇନାଲ୍ ପହଞ୍ଚି ସବୁଥର ଟ୍ରଫି ହାତେଇବାରେ ସଫଳ ହୋଇଛନ୍ତି। ରବିବାର ବିଜୟ ବଳରେ ୩୩ ବର୍ଷୀୟ ଜୋକୋଭିକଙ୍କ ବିପକ୍ଷରେ ନାଦାଲଙ୍କ ଜୟ/ପରାଜୟ ବ୍ୟବଧାନ ୨୭-୨୯ ହୋଇଯାଇଛି। ଫାଇନାଲ୍ ମୁକାବିଲାରେ ମଧ୍ୟ ଏହି ଦୁଇଜଣଙ୍କ ବ୍ୟବଧାନ ୧୨-୧୫କୁ ଆସିଯାଇଛି। ପ୍ୟାରିସରେ ଜୋକୋଭିକ୍ଙ୍କ ବିପକ୍ଷରେ ଖେଳିଥିବା ସମସ୍ତ ୩ ଫାଇନାଲ୍ (୨୦୧୨, ୨୦୧୪, ୨୦୨୦) ମ୍ୟାଚ୍କୁ ମଧ୍ୟ ନାଦାଲ ଜିତି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥରକୁ ମିଶାଇ ଉଭୟ ୮ଥର ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ରେ ମୁହଁମୁହିଁ ହୋଇଥିଲେ। ଏଥିରେ ନାଦାଲ ୫-୪ରେ ଆଗୁଆ ହୋଇଯାଇଛନ୍ତି। ରୋଲାଁ ଗ୍ୟାରସ୍ରେ ମଧ୍ୟ ନାଦାଲ ଏଥର ଫାଇନାଲ୍କୁ ମିଶାଇ ମୋଟ ୧୦୦ ମ୍ୟାଚ୍ ଜିତିବାର ଗୌରବ ବହନ କରିଛନ୍ତି।
ନାଦାଲ ଅପରାଜେୟ, ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ଜିତିବାରେ ଫେଡେରର୍ଙ୍କ ସମକକ୍ଷ
/sambad/media/post_attachments/wp-content/uploads/2020/10/nadal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)