ପ୍ୟାରିସ: ସ୍ପେନ୍ ଟେନିସ ତାରକା ରାଫେଲ ନାଦାଲ ବୁଧବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଚଳିତ ପ୍ୟାରିସ ମାଷ୍ଟର୍ସର ପ୍ରଥମ ପର୍ଯ୍ୟାୟ ମୁକାବିଲା ଜିତି ନାଦାଲ୍ ୧୦୦୦ତମ ଏଟିପି ଟୁର୍ ଏକକ ବିଜୟ କ୍ଲବ୍ରେ ସାମିଲ ହୋଇଛନ୍ତି। ୧୦୦୦ ଏଟିପି ଟୁର୍ ଜିତିବାରେ ସେ ଜିମ୍ମି କନର୍ସ (୧୨୭୪), ରୋଜର ଫେଡେରର୍ (୧୨୪୨) ଓ ଇଭାନ ଲେଣ୍ଡଲ (୧୦୬୮)ଙ୍କ ପରେ ଚତୁର୍ଥ ଖେଳାଳି ହୋଇଛନ୍ତି। ବୁଧବାର ପ୍ୟାରିସ ମାଷ୍ଟର୍ସରେ ୩୪ ବର୍ଷୀୟ ନାଦାଲ ୪-୬, ୭-୬, ୬-୪ ସେଟ୍ରେ ନିଜ ଦେଶର ଫେଲିସିଆନୋ ଲୋପେଜଙ୍କୁ ପରାସ୍ତ କରି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ସେ ଅଷ୍ଟ୍ରେଲିଆର ଜୋର୍ଡାନ ଥମ୍ପସନ୍ଙ୍କୁ ଭେଟିବେ। ‘‘୧୦୦୦ ମ୍ୟାଚ୍ ଜିତିବା ଲାଗି ଅଧିକ ଦିନ ଖେଳିବାକୁ ପଡ଼ୁଥିବାରୁ ଆମ ମନରେ ଭ୍ରାନ୍ତ ଧାରଣା ଥାଏ ଯେ ଯିଏ ୧୦୦୦ ବିଜୟ ପାଏ ସେ ବୟସ୍କ। କିନ୍ତୁ ମୁଁ ବହୁତ ଖୁସି। ଠିକ୍ ସମୟରେ ବହୁତ କରିପାରିଛି। ଏଥିପାଇଁ ଗର୍ବିତ। କିନ୍ତୁ ଖେଳ ଜୀବନ ମଧ୍ୟରେ ଆହତ ସମସ୍ୟା ସହ ବହୁଗୁଡ଼ିଏ ଆହ୍ବାନର ସମ୍ମୁଖୀନ ହୋଇଛି। ୩୪ ବର୍ଷ ବୟସରେ ଏହା ଏକ ବଡ଼ ସଫଳତା’’ ବୋଲି ନାଦାଲ ପ୍ରକାଶ କରିଛନ୍ତି।
୧୦୦୦ତମ ଏଟିପି ଟୁର୍ ମ୍ୟାଚ୍ ଜିତିଲେ ନାଦାଲ
/sambad/media/post_attachments/wp-content/uploads/2020/11/nadal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)