ନୂଆଦିଲ୍ଲୀ: ଭାରତୀୟ ଡେଭିସ୍ କପ୍ ଦଳକୁ ସୁମିତ ନଗଲଙ୍କ ପ୍ରତ୍ୟାବର୍ତନ ଘଟିଛି। ନରୱେ ବିପକ୍ଷ ଆଗାମୀ ବିଶ୍ବ ଗ୍ରୁପ୍-୧ ମୁକାବିଲା ପାଇଁ ଗୁରୁବାର ଘୋଷିତ ଦଳରେ ସେ ସାମିଲ ହୋଇଥିଲା ବେଳେ ଯୁଗଳ ବିଶେଷଜ୍ଞ ଦିବିଜ ଶରନ ବାଦ୍ ପଡ଼ିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦେଶର ଏକ ନମ୍ବର ଏକକ ଖେଳାଳି ରାମକୁମାର ରାମନାଥନ, ପ୍ରଜ୍ଞେଶ ଗୁଣେଶ୍ବରନ, ଶଶୀକୁମାର ମୁକୁନ୍ଦ, ୟୁକି ଭାମ୍ବ୍ରି ଏବଂ ଯୁଗଳ ବିଶେଷଜ୍ଞ ରୋହନ ବୋପାନ୍ନା ଦଳରେ ସ୍ଥାନ ପାଇଛନ୍ତି। ନନ୍ଦନ ବଳଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ମୋଟ ୬ ଜଣଙ୍କ ମଧ୍ୟରୁ ୪ ଜଣ ବିଶେଷଜ୍ଞ ଏକକ ଖେଳାଳିଙ୍କୁ ବାଛିଛି। ଦଳରେ ୬ ଜଣ ଥିବା ବେଳେ ନରୱେର ପରିବେଶକୁ ଆକଳନ କରିବା ପରେ ଜଣଙ୍କୁ ସଂରକ୍ଷିତ ଖେଳାଳି ଭାବେ ରଖିବାକୁ ପଡ଼ିବ ବୋଲି କହିଛନ୍ତି ଅଧିନାୟକ ରୋହିତ ରାଜପଲ୍। ତେବେ ଏପର୍ଯ୍ୟନ୍ତ ଆଦୌ ଡେଭିସ୍ କପ୍ ଖେଳିନଥିବା ଶଶୀକୁମାରଙ୍କୁ ସଂରକ୍ଷିତ ତାଲିକାକୁ ଯିବାକୁ ପଡ଼ିବ ବୋଲି ସମ୍ଭାବନା ରହିଛି। ନରୱେ ବିପକ୍ଷ ମୁକାବିଲା ଆସନ୍ତା ସେପ୍ଟେମ୍ବର ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ।
ଡେଭିସ୍ କପ୍ ଦଳକୁ ଫେରିଲେ ନଗଲ: ଶରନ ବିଦା
/sambad/media/post_attachments/wp-content/uploads/2022/07/nagal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)