ମହିଳା କ୍ରିକେଟରେ ବିରଳ ରେକର୍ଡ: ନାଗାଲାଣ୍ଡ ଟିମ୍‌ ୨ରନ୍‌ରେ ଅଲ୍‌ ଆଉଟ୍‌

ନୂଆଦିଲ୍ଲୀ: ବିସିସିଆଇ ଭାରତୀୟ ମହିଳା ୧୯ ବର୍ଷରୁ କମ୍‌ କ୍ରିକେଟରେ ଶୁକ୍ରବାର ଏକ ବିରଳ ରେକର୍ଡ ସୃଷ୍ଟି ହୋଇଛି। କେରଳ ବିପକ୍ଷରେ ନାଗାଲାଣ୍ଡ ଟିମ୍‌ ମାତ୍ର ୨ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଛି। ଟିମ୍‌ର ୧୧ ଜଣ ଖେଳାଳି ୧୭ ଓଭରରେ ମାତ୍ର ୨ ରନ୍‌ ସଂଗ୍ରହ କରିବାକୁ ସଫଳ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ୯ଜଣ ଖେଳାଳି ଶୂନ୍ୟ ରନ୍‌ରେ ପାଭଲିୟନ ଫେରିଥିବା ବେଳେ ଜଣେ ଖେଳାଳି ୧ ରନ୍‌ ସଂଗ୍ରହ କରିଥିବା ବେଳେ ଆଉ ଏକ ରନ୍‌ ଅତିରିକ୍ତ ଥିଲା। ଓପନର ମେନକା ଗୋଟିଏ ରନ୍‌ ସଂଗ୍ରହ କରିଥିଲେ। ପାଞ୍ଚ ଓଭର ପରେ ଯାଇ ଗୋଟିଏ ରନ୍‌ ହୋଇଥିଲା।

ସମ୍ବନ୍ଧିତ ଖବର