ନଗେଶ ଟ୍ରଫି: ପଙ୍କଜଙ୍କ ଅର୍ଧଶତକ: ଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର: ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରି‌କେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ପହଞ୍ଚିଯାଇଛି। ବର୍‌ସାତ୍‌ର ଆଦିତ୍ୟ ଏକାଡେମିରେ ଶନିବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କ ନେତୃତ୍ବାଧୀନ ଓଡ଼ିଶା ୧୦ ୱିକେ‌ଟ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ଓଡ଼ିଶା ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଝାଡ଼ଖଣ୍ଡ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୦୫ ରନ୍‌ କରିଥିଲା। ରାଜୀବ ରଞ୍ଜନ ଦାସ ସର୍ବାଧିକ ୨୧ ରନ୍‌ କରିଥିଲା ବେଳେ ଓଡ଼ିଶାର ସଫଳ ବୋଲର ଭାବେ ଲିଙ୍ଗରାଜ ରାଉତରା ୧୧ ରନ୍‌ରେ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଝାଡ଼ଖଣ୍ଡ ପାଳିରେ ୪ ଜଣ ବ୍ୟାଟ୍‌ସମ୍ୟାନ୍‌ ରନ୍‌ ଆଉଟ୍‌ ହୋଇଥିଲା ବେଳେ ନକୁ ବଡ଼ନାୟକ ଓ ଦେବରାଜ ବେହେରା ଅବଶିଷ୍ଟ ୨ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପଙ୍କଜ ଭୁଇ (୬୫*) ଓ ଲାଲପ୍ରସାଦ ସୋରେନ୍‌ (୩୦*) ଅପରାଜିତ ପାଳି ବଳରେ ଓଡ଼ିଶା କୌଣସି ୱିକେଟ୍‌ ନହରାଇ ୧୨ ଓଭର‌ରେ ୧୦୮ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଓଡ଼ିଶା ଐତିହାସିକ ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ରବିବାର ଫାଇନାଲ୍‌ରେ ଆନ୍ଧ୍ର ପ୍ରଦେଶକୁ ଭେଟିବ।

ସମ୍ବନ୍ଧିତ ଖବର