ଭୁବନେଶ୍ବର: ଗୋଆରେ ୨୩ ରାଜ୍ୟକୁ ନେଇ ଆୟୋଜିତ ହେଉଥିବା ନାଗେସ୍ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଅଂଶ ଗ୍ରହଣ କରିବ। ରଣଜୀ ଟ୍ରଫି ଫର୍ମାଟରେ ଖେଳାଯାଉଥିବା ଏହି ପ୍ରତିଯୋଗିତା ଟ୍ବେଣ୍ଟି-୨୦ରେ ଖେଳାଯିବ। ଓଡ଼ିଶା ବୁଧବାର ତା’ର ଅଭିଯାନ ଆରମ୍ଭ କରିବ। ଏହି ପ୍ରତିଯୋଗିତା ଚାରିଟି ଗ୍ରୁପରେ ଖେଳାଯିବାକୁ ଥିଲା ବେଳେ ଓଡ଼ିଶା କର୍ଣ୍ଣାଟକ, ରାଜସ୍ଥାନ, ଗୋଆ, ପଞ୍ଜାବ, ପୁଦୁଚେରି ସହ ଡି’ ଗ୍ରୁପରେ ସ୍ଥାନ ପାଇଛି। ଓଡ଼ିଶା ତା’ର ପ୍ରଥମ ମୁକାବିଲାରେ ଆସନ୍ତାକାଲି କର୍ଣ୍ଣାଟକକୁ ଭେଟିବ। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ : ମହମ୍ମଦ ଜାଫର ଇକ୍ବାଲ (ଅଧିନାୟକ), କାଳିଆ ପ୍ରଧାନ, ତପନ କୁମାର ଗୌଡ଼, ଦେବରାଜ ବେହେରା, ଲଲାଟେନ୍ଦୁ ମହାନ୍ତ, ନକୁଳ ବଡ଼ନାୟକ, ପଙ୍କଜ ଭୁଏ (ଉପଅଧିନାୟକ), ଲିଙ୍ଗରାଜ ରାଉତରା, ସୁଖରାମ ମାଝୀ, ଏକାଦଶୀ ହେମ୍ବ୍ରମ୍, ସିଙ୍ଗରାଇ ମାଝୀ, ରାମଚନ୍ଦ୍ର ହାଂସଦା, ଧନପତି ଗୌଡ଼, ଅର୍ଜୁନ ଭତ୍ରା। ଚନ୍ଦ୍ରଶେଖର ପଟ୍ଟନାୟକ (ପ୍ରଶିକ୍ଷକ), ଯୋଗେନ୍ଦ୍ର ଜାନି (ପ୍ରବନ୍ଧକ)।
ନାଗେସ ଟ୍ରଫିରେ ଭାଗ ନେବ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଦଳ
/sambad/media/post_attachments/wp-content/uploads/2018/12/blind-team-of-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)