ନାଗପୁର: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମଙ୍ଗଳବାର ରୋମାଞ୍ଚକର ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୧୧ ରନ୍ ଦରକାର ଥିବା ବେଳେ ଶଙ୍କର ଏହା କରିବାକୁ ଦେଇ ନାହାନ୍ତି। ବିଜୟ ଶଙ୍କର ୫୦ତମ ଓଭର ବୋଲିଂ କରି ପ୍ରଥମ ବଲରେ ମାର୍କସ ଷ୍ଟୋଇନିସ୍ (୫୨ ରନ୍, ୬୫ ବଲ୍, ୪ ଚୌକା ଓ ୧ ଛକା)ଙ୍କୁ ଏଲବିଡବ୍ଲୁ ଆଉଟ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆର ବିଜୟ ଆଶା ଏକ ପ୍ରକାରର ମଉଳି ଯାଇଥିଲା। ପରବର୍ତ୍ତୀ ବଲରୁ ଆଦାମ୍ ଜାମ୍ପା ୨ ରନ୍ କରିଥିବା ବେଳେ ୪୯.୩ ଓଭରରେ ଅଷ୍ଟ୍ରେଲିଆ ସମସ୍ତ ଓ୍ଵିକେଟ ହରାଇ ୨୪୨ ରନ୍ କରିଛି। ଭାରତ ଦିନିକିଆରେ ୫୦୦ ତମ ବିଜୟ ହାସଲ ସହିତ ୫ମ୍ୟାଚ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ପୂର୍ବରୁ ଭାରତ ହାଇଦ୍ରାବାଦ୍ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା।
ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି ଓ୍ଵିକେଟ ନେଇଥିବା ବେଳେ ବିଜୟ ଶଙ୍କର ଓ ଯଶପ୍ରୀତ ବୁମରା ୨-୨ ଓ୍ଵିକେଟ ନେଇଛନ୍ତି। ସେହିଭଳି କେଦାର ଯାଦବ ଓ ରବୀନ୍ଦ୍ର ଜାଦେଜା ୧-୧ ଓ୍ଵିକେଟ ନେଇଛନ୍ତି। ଭାରତର ବିଜୟ ଶଙ୍କର ନାଗପୁର ଦିନିକିଆରେ ହିରୋ ପାଲଟିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଭଲ ପ୍ରଦର୍ଶନ କରି ଭାରତକୁ ବିଜୟ ଦେବାରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି।
ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରଥମ ଓ୍ଵିକେଟରେ ୮୩ ରନ୍ ଯୋଡ଼ିଥିଲା। ମାତ୍ର ଦ୍ୱିତୀୟ ଓ୍ଵିକେଟରେ କୌଣସି ରନ୍ କରି ନଥିଲା। ଅଧିନାୟକ ଆରୋନ୍ ଫିଞ୍ଚ(୩୭ ରନ୍) ୧୪.୩ ଓଭରରେ ଆଉଟ୍ ହେବା ପରେ ଉସମାନ ଖାଓ୍ଵାଜା (୩୮ ରନ୍) ୧୫.୩ ଓଭରରେ ଆଉଟ୍ ହୋଇଥିଲେ। ସ୍କୋର ୧୨୨ ରନ୍ ଥିବା ବେଳେ ଭାରତର ୩ୟ ଶିକାର ହୋଇଥିଲେ ସସ୍ ମାର୍ସ (୧୬ ରନ୍)। ସେହିପରୁ ଅଷ୍ଟ୍ରେଲିଆ ୧୩୨ ରନ୍ରେ ଗ୍ଲେନ ମ୍ୟାକ୍ସୱେଲ (୪ ରନ୍)ଙ୍କୁ ହରାଇଥିଲା।
ସ୍କୋର ୧୭୧ ରନ୍ରେ ଅଷ୍ଟ୍ରେଲିଆ ପେଟର ହେଣ୍ଡସ୍କମ୍ବଙ୍କୁ ହରାଇଥିବା ବେଳେ ୨୧୮ ରନ୍ରେ ୬ଷ୍ଠ ଓ୍ଵିକେଟ ଭାବରେ ଆଲେକ୍ସ କେରି ଆଉଟ୍ ହୋଇଥିଲେ। ସ୍କୋର ୨୨୩ ରନ୍ରେ ଭାରତର ସପ୍ତମ ଓ ଅଷ୍ଟମ ଶିକାର ଯଥାକ୍ରମେ ନାଥାନ କଲଟର୍ ନାଇଲ ଓ ପେଟ କମ୍ବିନ୍ସ ଆଉଟ୍ ହୋଇଥିଲେ।
ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିରୋଧରେ ନିଜର ୪୦ ତମ ଶତକ (୧୧୬ ରନ୍, ୧୨୦ ବଲ୍, ୧୦ ଚୌକା) ହାସଲ କରିଥିଲେ। ଭାରତ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇବା ପରେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୫୧ ରନ୍ ଟାର୍ଗେଟ ମିଳିଥିଲା।
/sambad/media/post_attachments/wp-content/uploads/2019/03/virat-kohli.jpg)
ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ବିନା ରନ୍ରେ ରୋହିତ ଶର୍ମାଙ୍କୁ ହରାଇଥିଲା। ଏହା ପରେ କୋହଲି ପଡ଼ିଆକୁ ଆସିଥିଲେ। କୋହଲି ୪୭ ଓଭର ଯାଏଁ ପଡ଼ିଆରେ ରହି ଉପସ୍ଥିତ ବୁଦ୍ଧି ଲଗାଇ ବ୍ୟାଟିଂ କରୁଥିବା ବେଳେ ଦଳର ଅନ୍ୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ପାଭଲିଅନ୍ ଫେରିଥିଲେ। ୪୭.୧ ଓଭରରେ କୋହଲି ଅଷ୍ଟେଲିଆର ଅଷ୍ଟମ ଶିକାର ହେବା ପରେ ଭାରତ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ ହାରଇ ୨୫୦ ରନ୍ କରିଥିଲା।
/sambad/media/post_attachments/wp-content/uploads/2019/03/vijay-shankar-1.jpg)
ଭାରତର ସ୍କୋର ୩୮ ରନ୍ରେ ଅଷ୍ଟ୍ରେଲିଆର ୨ୟ ଶିକାର ହୋଇଥିଲେ ଶିଖର ଧାଓ୍ଵନ (୨୧ ରନ୍)। ସେହିପରି ଭାରତ ୭୫ ରନ୍ରେ ଅମ୍ବାତି ରାୟଡୁ (୧୮ରନ୍)ଙ୍କୁ ହରାଇଥିଲା। ବିଜୟ ଶଙ୍କର ଭାରତ ପାଇଁ ଭଲ ୪୬ ରନ୍ ଯୋଗାଇ ଥିବା ବେଳେ ମହେନ୍ଦ୍ର ସିଂହ ଧୋନି ଓ ଯଶପ୍ରୀତ ବୁମରା କୌଣସି ରନ୍ ନକରି ପାଭଲିଅନ୍ ଫେରିଥିଲେ। କେଦାର ଯାଦବ ୧୧ ରନ୍, ରବୀନ୍ଦ୍ର ଜାଦେଜା ୨୧ ରନ୍, କୁଲଦୀପ ଯାଦବ ୩ ରନ ଓ ମହମ୍ମଦ ସାମି ୨ ରନ୍ କରିଥିଲେ।
ନାଗପୁର ଷ୍ଟାଡିୟମ୍ରେ ପୂର୍ବରୁ ଅଷ୍ଟ୍ରେଲିଆର ବୋଲରମାନେ ଭଲ ବୋଲିଂ କରି ନଥିଲେ ହେଁ ଆଜି ଭଲ ପ୍ରଦର୍ଶନ ଦେଖାଇଥିଲେ। ପେଟ କମିନ୍ସ ୪ ଓ୍ଵିକେଟ ନେଇଥିବା ବେଳେ ଆଦାମ ଜାମ୍ପା ୨ଟି ଓ୍ଵିକେଟ ନେଇଥିଲେ। ନାଥନ କଲଟର୍ ନାଇଲ, ଗ୍ଲେନ ମ୍ୟାକ୍ସୱେଲ ଓ ନାଥାନ ଲାୟନଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/kohli-virat.jpg)