ଲକ୍ଷ୍ନୌ : ଚଳିତ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ଲାଗି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଦଳରେ ଅଧିନାୟକ କେଏଲ୍‌ ରାହୁଲଙ୍କ ବଦଳ ଖେଳାଳି ଭାବେ କରୁଣ ନାୟର ସ୍ଥାନ ପାଇଛନ୍ତି। ସେ ୫୦ ଲକ୍ଷ ଟଙ୍କା ଦରରେ ଦଳରେ ସାମିଲ ହୋଇଛନ୍ତି। ରାହୁଲ ମେ’ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ଆହତ ହୋଇଥିଲେ। ଏଥିପାଇଁ ସେ ଚଳିତ ଋତୁର ଅବଶିଷ୍ଟ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ସେ ମଧ୍ୟ ଜୁନ୍‌ରେ ଲଣ୍ଡନରେ ଖେଳାଯିବକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଲାଗି ଘୋ‌ଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ନାୟାର ୭୬ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୧୪୯୬ ରନ୍‌ କରିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ, କୋଲ୍‌କାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଆର୍‌ସିବିରୁ ଖେଳି ସାରିଛନ୍ତି।