କଟକ: ହକି ଓଡ଼ିଶା ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ନାଲ୍କୋ କପ୍ ହକି ପ୍ରତିଯୋଗିତା ଶୁକ୍ରବାର ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଝାରସୁଗୁଡା ୬-୫ ପେନାଲ୍ଟି ସୁଟ ଆଉଟରେ କିଟ୍କୁ ହରାଇଛି। ନିର୍ଧାରିତ ସମୟରେ ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ତେବେ ପେନାଲ୍ଟି ସୁଟ୍ ଆଉଟରେ ଝାରସୁଗୁଡ଼ା ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା। ଝାରସୁଗୁଡ଼ା ପକ୍ଷରୁ ପ୍ରବୀଣ ଏକ୍କା, ବିକାଶ ବାରା, ମାଥେଡିୟସ୍ କୁଲୁ, ସୂରଜ ବାରା, ଏର୍ନସ୍ ସୁରିନ୍, ସୁଧୀର କୁଜୁର ଏବଂ କିଟ୍ ପକ୍ଷରୁ ବିନୋଦ ଲାକ୍ରା (୨), ଅଂଶୁମାନ କେର୍କେଟା, ମିଲନ୍ କେର୍କେଟା ଏବଂ ବିନୟ ବିଲ୍ସନ୍ ଏକ୍କା ଗୋଲ୍ କରିଥିଲେ। ପୂର୍ବରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋ ଜିଏମ୍ ଦେବଦର୍ଶୀ ଦାସ, ହକି ଓଡ଼ିଶା ସଭାପତି ଜଷ୍ଟିସ୍ ଏ.ଏସ୍. ନାୟୁଡୁ, ସମ୍ପାଦକ ପ୍ରତାପ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ମୋଟ ୨୩ ଦଳ ଅଂଶଗ୍ରହଣ କରିଛନ୍ତି। ଏଥର ନୂଆ ଦଳ ଭାବେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସହିଦ ମାଧୋ ସିଂହ ହକି ଏକାଡେମି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ୧୨ ତାରିଖରେ ପ୍ରତିଯୋଗିତା ଶେଷ ହେବ।
ଉଦ୍ଘାଟନୀ ମ୍ୟାଚ୍ରେ ଝାରସୁଗୁଡ଼ା ବିଜୟୀ
ନାଲ୍କୋ କପ୍ ହକି
/sambad/media/post_attachments/wp-content/uploads/2018/04/barabati-stadium-thare-state-hocey-championship-udghatana-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)