ନାଲ୍‌କୋ କପ୍‌ ବାସ୍କେଟବଲ୍‌

ସେଲ୍‌ଟିକ୍ସ, ଭୁବନେଶ୍ୱର ବିଜେତା

କଟ: ଜବାହାରଲାଲ୍‌ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଖେଳାଯାଉଥିବା ନାଲ୍‌କୋ କପ୍‌ ରାଜ୍ୟ ବାସ୍କେଟବଲ୍‌ ପ୍ରତିଯୋଗିତା ଗୁରୁବାର ରାତିରେ ଉଦ୍‌ଯାପିତ ହୋଇଛି। ଗୁରୁବାର ଅନୁଷ୍ଠିତ ପୁରୁଷ ବିଭାଗ ଫାଇନାଲ୍‌ରେ କଟକର ସେଲ୍‌ଟିକ୍ସ ୬୭-୫୯ରେ ଗଞ୍ଜାମ ଜିଲ୍ଲା ଦୌଡକୁଦ ସଂଘକୁ ହରାଇ ବିଜେତା ହୋଇଛି। ସେହିପରି ମହିଳା ଫାଇନାଲ୍‌ରେ ଭୁବନେଶ୍ୱର ଦୌଡକୁଦ ସଂଘ ୬୩-୧୫ରେ ରୋଭର୍ସ କ୍ଲବ୍‌କୁ ପରାସ୍ତ କରିଛି। ସଂଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ନାଲ୍‌କୋ ପରିଚାଳନା ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଆୟୋଜକ ସମିତି ଅଧ୍ୟକ୍ଷ ନବରଂଜନ ପଟ୍ଟନାୟକ, ରାଜ୍ୟ ବାସ୍କେଟ୍‌ବଲ୍‌ ସଂଘ ସମ୍ପାଦକ ଜ୍ଞାନରଂଜନ ପରିଡ଼ା, କଟକ ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ପଙ୍କଜଲୋଚନ ମହାନ୍ତି ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ମୋଟ ୩୨ ପୁରୁଷ ଓ ୧୨ଜଣ ମହିଳା ଦଳ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର