କଟକ, ଓଡ଼ିଶା ପୁଲିସ, ଢେଙ୍କାନାଳ ବିଜୟୀ

ନାଲ୍‌କୋ କପ୍‌ ହକି

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ନାଲ୍‌କୋ କପ୍‌ ରାଜ୍ୟ ହକି ପ୍ରତିଯୋଗିତାର ଦ୍ୱିତୀୟ ଦିନ କଟକ, ଓଡ଼ିଶା ପୁଲିସ ଓ ଢେଙ୍କାନାଳ ବିଜୟୀ ହୋଇଛନ୍ତି। କଟକ ୫-୪ ଗୋଲ୍‌ରେ ସହିଦ ମାଧୋସିଂହ ଏକାଡେମିକୁ ପରାସ୍ତ କରିଛି। କଟକ ପାଇଁ ସନ୍ଦୀପ ଟପ୍ପୋ ୨, ସଂଜୟ ଏକ୍କା, ଶଶୀକାନ୍ତ ପାଲ୍‌, ଅଙ୍କିତ କୁମାର ଗୋଟିଏ ଲେଖାଏଁ ଗୋଲ ଦେଇଥିଲା ବେଳେ ମାଧୋସିଂହ ପାଇଁ ଦୀପକ ଜୋଜୋ, ସୁର୍ବଦନ କାନଗିରି, ପ୍ରିଙ୍କନ ଦୁଲୁନା, ସୁକରାମ ଡଙ୍ଗ ଗୋଲ୍‌ ସ୍କୋର କରିଥିଲେ। ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ଓଡ଼ିଶା ପୁଲିସ୍‌ ୮-୦ ଗୋଲ୍‌ରେ ଦେଓଗଡ଼କୁ ହରାଇଛି। ବିଜୟୀ ଦଳ ପକ୍ଷରୁ ବିଜୟ ଲାକ୍ରା ଓ ବିକାଶ ବାର୍ଲା ୨ ଲେଖାଏଁ, ରାଜେନ୍ଦ୍ର ଭାଲା, ସୁମନ ମିଞ୍ଜ୍‌, ଉମେଶ କିଶାନ ଓ ସୁଧୀର ବାର୍ଲା ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଶେଷ ମ୍ୟାଚ୍‌ରେ ଢେଙ୍କାନାଳ ୨-୦ ଗୋଲ୍‌ରେ ସୁବର୍ଣ୍ଣପୁରକୁ ହରାଇଛି। ଲକ୍ଷ୍ମୀକାନ୍ତ ମେହେର ଓ ରାଜେଶ ବେହେରା ବିଜୟୀ ଦଳ ପକ୍ଷରୁ ଦୁଇଟିଯାକ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର