ସେମିଫାଇନାଲ୍‌ ଖେଳାଳି ଚୂଡ଼ାନ୍ତ

ଭୁବନେଶ୍ୱର: ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଚତୁର୍ଥ ନିଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ଖେଳାଳି ଚୂଡ଼ାନ୍ତ ହୋଇଯାଇଛନ୍ତି। ମହିଳା ଏକକରେ ସୁନ୍ଦରଗଡ଼ର କୃଷ୍ଣିକା ବିରୋକ, ଭଦ୍ରକର ଜସ୍ମିନ ସାହୁ, କଟକର ଶ୍ରୁତି ସ୍ୱାଇଁ, ଖୋର୍ଧାର ଯଶଶ୍ରୀ ସାମଲ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଶୀର୍ଷମାନ୍ୟତାପ୍ରାପ୍ତ କୃଷ୍ଣିକା ସମ୍ବଲପୁରର ଶ୍ରେୟା ବିଶ୍ୱାଳଙ୍କୁ ପରାସ୍ତ କରିଥିଲେ। ଜସ୍ମିନ ଅନୁଗୁଳର ଅଞ୍ଜୁମନ ଦାସମହାପାତ୍ରଙ୍କୁ ୨-୧ରେ, ଶ୍ରୁତି ଓ ଯଶଶ୍ରୀ ଯଥାକ୍ରମେ ସୁନ୍ଦରଗଡ଼ର ଆକାଂକ୍ଷା କୁରେ ଓ ସମ୍ବଲପୁରର ପୂର୍ବା ପ୍ରତ୍ୟାଶ ପଣ୍ଡାଙ୍କୁ ସମାନ ୨-୦ରେ ପରାସ୍ତ କରିଥିଲେ। ସେହିଭଳି ୧୫ ବର୍ଷରୁ କମ୍‌ ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଭିଜିତ୍‌ ମହାରଣା, ଚତୁର୍ଥ ମାନ୍ୟତା ଅନୁଭବ ସାହୁ ସେମିଫାଇନାଲ୍‌ରେ ଯଥାକ୍ରମେ ଅଷ୍ଟମ ମାନ୍ୟତା ସ୍ୱସ୍ତିକ ଦାସ ଓ ଦ୍ୱିତୀୟ ମାନ୍ୟତା ଅମୃତ ମହାନ୍ତିଙ୍କୁ ଭେଟିବେ। ୧୯ ବର୍ଷରୁ କମ୍‌ ବାଳକରେ ସପ୍ତମମାନ୍ୟତା କେନ୍ଦୁଝରର ଆଦିତ୍ୟ କରଣ ଦାସ ଶୀର୍ଷ ମାନ୍ୟତାପ୍ରାପ୍ତ କଳାହାଣ୍ଡିର ଅମନ ଦେବତାଙ୍କୁ ୨-୧୧୨, ୨୧-୧୮ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ଆଦିତ୍ୟ ଓ ଆଶିଷ କୁମାର ସେଠୀ ଯଥାକ୍ରମେ ପ୍ରଜେଶ କୁମାର ମୁର୍ମୁ ଓ ଦିବେଶ କୁମାର ପଣ୍ଡାଙ୍କ୍‌ୁ ଭେଟିବେ।

ସମ୍ବନ୍ଧିତ ଖବର