ଖେଳାଳି ବଦଳରେ ଜର୍ସିରେ ଦେଖିବାକୁ ମିଳିବ ସେମାନଙ୍କ ମା’ଙ୍କ ନାମ

ପୁନେ: ଆଜି ଆଇପିଏଲର ୫୩ ତମ ମ୍ୟାଚରେ ଲଖନଉ ସୁପର ଜିଆଣ୍ଟସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳ ମୁହାଁମୁହିଁ ହେବେ | ଏହି ମ୍ୟାଚ୍ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ | ଏହି ମ୍ୟାଚରେ ସୁପର ଜିଆଣ୍ଟସ୍ ଖେଳାଳିମାନେ ସେମାନଙ୍କ ମାଆଙ୍କ ନାମର ଜର୍ସି ପିନ୍ଧିବେ | ଏହି ନୂତନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି | ଆଉ ଆସନ୍ତାକାଲି ମାତୃ ଦିବସ ପାଳନ ହେବାକୁ ଥିବାବେଳେ ମାତୃ ଦିବସର ଗୋଟିଏ ଦିନ ପୂର୍ବରୁ ଏହାକୁ ସୁପର ଜିଆଣ୍ଟସ ପାଳନ କରିବାକୁ ନିଷ୍ପତ୍ତି ନେଇଛି |


ଲଖନଉ ସୁପର ଜିଆଣ୍ଟସ୍ ଶନିବାର ଦିନ ସେମାନଙ୍କର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି | ଭିଡିଓରେ, ଖେଳାଳିଙ୍କ ଜର୍ସି ପଛରେ ସେମାନଙ୍କ ମା’ଙ୍କ ନାମ ଲେଖାଯାଇଛି | ଫ୍ରାଞ୍ଚାଇଜ୍ ଏହି ଭିଡିଓର କ୍ୟାପସନ୍ ଲେଖିଛି, ‘ଏହା ତୁମ ପାଇଁ ମା’ | ଏହି ଜର୍ସିର ପଛ ଭାଗରେ ଖେଳାଳିଙ୍କ ମା’ଙ୍କ ନାମ କମଳା ରଙ୍ଗରେ ଲେଖାଯାଇଛି |

ଲଖନଉ ସୁପର ଜିଆଣ୍ଟସ୍ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି | ଏଭଳି ପରିସ୍ଥିତିରେ ଏହି ଦଳ ମ୍ୟାଚ୍ ଜିତି ନିଜର ସ୍ଥିତିକୁ ମଜବୁତ କରିବାକୁ ଚାଁହୁଛି। ଅନ୍ୟପକ୍ଷରେ, କୋଲକାତା ନାଇଟ୍ ରାଇଡର୍ସ ପାଇଁ ଆଜି କର ବା ମର ଭଳି ସ୍ଥିତି ରହିଛି | ପାଇଁ ପ୍ଲେ ଅଫ୍ ଦୌଡରେ ରହିବା ପାଇଁ ଆଜି କେକେଆର ଜିତିବାକୁ ପ୍ରୟାସ କରିବ |

ସମ୍ବନ୍ଧିତ ଖବର