ଆୟର୍ଲାଣ୍ଡକୁ ୮ ଓ୍ବିକେଟରେ ହରାଇ ସୁପର-୧୨କୁ ଗଲା ନାମ୍ବିଆ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ଏ କ୍ବାଲିଫାଇଙ୍ଗ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି ନାମ୍ବିଆ । ଏହି ବିଜୟ ସହ ନାମ୍ବିଆ ସୁପର-୧୨କୁ ଉନ୍ନୀତ ହୋଇଛି ।

ଏହି ମ୍ୟାଚରେ ଆୟର୍ଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆୟର୍ଲାଣ୍ଡର ଦୁଇ ଓପନ ଷ୍ଟର୍ଲିଂ ଓ କେଭିନ ଓ’ବ୍ରାଏନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୧ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ଷ୍ଟର୍ଲିଂ ୩୮ ଓ ଓ’ବ୍ରାଏନ ୨୫ ରନ କରିଥିଲେ ।  ଷ୍ଟର୍ଲିଂ ଆଉଟ ହେବା ପରେ ଆସିଥିବା ବାଲବର୍ନି ୨୧ରନ କରିଥିଲେ । କିନ୍ତୁ ଏହି ତିନି ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳର ମଧ୍ୟକ୍ରମ ଭୁଷୁଡ଼ି ପଡ଼ିଥିଲା । କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଂକ ଛୁଇଁପାରି ନଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୨୫ରନ କରିଥିଲା ।

୧୨୬ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନାମ୍ବିଆ ୧୮.୩ ତମ ଓଭରରେ ହିଁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । କ୍ରେଗ ଓ୍ବିଲିୟମ୍ସ ୧୫, ଜେନ ଗ୍ରୀନ ୨୪ ଓ ଗେରହାର୍ଡ ଇରାସମସ ୫୩ରନ ଓ ଡେଭିଡ୍ ଓ୍ବାଇଜ୍ ୨୮ ରନ କରିଥିଲେ ।

ଗ୍ରୁପ-ଏରେ ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ଓ ନାମ୍ବିଆ ୨ୟ ସ୍ଥାନରେ ରହି ସୁପର-୧୨ରେ ପ୍ରବେଶ କରିଛନ୍ତି । ସେହିପରି ଗ୍ରୁପ-ବି ରୁ ସ୍କଟଲାଣ୍ଡ ଓ ବାଂଲାଦେଶ ସୁପର-୧୨ରେ ପ୍ରବେଶ କରିଛନ୍ତି ।

ସମ୍ବନ୍ଧିତ ଖବର